ads

Breaking News

ପଞ୍ଚାୟତ ରାସନ ସାମଗ୍ରୀ ବଣ୍ଟନ ରେ ବାଧ୍ଯବାଧକତା ନେଇ ଦାବିପତ୍ର

Panchayat's demand for compulsory distribution of food items


ଓଡ଼ଗାଁ:- ଓଡ଼ଗାଁ ବ୍ଳକ୍ ପାଣ୍ଡେରିପଡା ଗ୍ରାମପଞ୍ଚାୟତ ରେ ରାସନ ସାମଗ୍ରୀ ରେ ବାଧ୍ଯବାଧକତା ନେଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଓଡ଼ଗାଁ ବିଡିଓଙ୍କୁ ଏକ ଦାବିପତ୍ର ପାଣ୍ଡେରିପଡା ପଞ୍ଚାୟତ ବିକାଶ ମଞ୍ଚ ତରଫରୁ ପ୍ରଦାନ କରାଯାଇଛି। ଗତକାଲି ପାଣ୍ଡେରିପଡା ଗ୍ରାମବାସୀ ଙ୍କ ତରଫରୁ ଏକ ଦାବିପତ୍ର ବିକାଶ ମଞ୍ଚ କୁ ଦିଆଯିବା ପରେ ଆଜି ପଞ୍ଚାୟତ ବିକାଶ ମଞ୍ଚ ତରଫରୁ ରାସନ ସାମଗ୍ରୀ ବଣ୍ଟନ ରେ ବାଧ୍ଯବାଧକତା ସମସ୍ୟା ର ସମାଧାନ ପାଇଁ ବିଡିଓ ଙ୍କୁ ଦାବିପତ୍ର ଦେବା ପାଇଁ ଯାଇଥିବାବେଳେ ବିଡିଓ ଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ବିଡିଓ ଙ୍କୁ ଦାବିପତ୍ର ଦିଆଯାଇଛି। ବିକାଶ ମଞ୍ଚ ତରଫରୁ ଦାବିପତ୍ର ଦିଆଯିବା ପରେ ଅ. ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାବିପତ୍ର କୁ ଗ୍ରହଣ କରି ବିଡିଓ ଙ୍କ ସହ ଏ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି । 
             ଏଠାରେ ସୂଚନା ଥାଉକି, ପାଣ୍ଡେରିପଡା ପଞ୍ଚାୟତରେ ଦିଆଯାଉଥିବା ରାସନ ସାମଗ୍ରୀ ମଧ୍ଯରୁ କିରୋସିନି ନନେଲେ ଚାଉଳ ଦିଆଯିବନି । ଚାଉଳ କାର୍ଡ କାଟି ଦିଆଯିବା ବୋଲି ପଞ୍ଚାୟତ କର୍ମଚାରୀ ଉପଭୋକ୍ତାଙ୍କୁ ବାଧ୍ଯ କରିଥିବା ନେଇ ଗତକାଲି ପାଣ୍ଡେରିପଡା ଗ୍ରାମବାସୀ ଏକ ଦାବିପତ୍ର ବିକାଶ ମଞ୍ଚ ସଭାପତି ଙ୍କୁ ପ୍ରଦାନ କରିଥିଲେ। ତେଣୁ ଏହାର ପ୍ରତିକାର ନିମନ୍ତେ ବିକାଶ ମଞ୍ଚ ତରଫରୁ ବିଡିଓ ଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଏହାର ସଠିକ ପଦକ୍ଷେପ ଗ୍ରହଣ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଗ୍ରାମବାସୀ ଓ ବିକାଶ ମଞ୍ଚ ଓହ୍ଲାଇବ ବୋଲି ଜଣାପଡିଛି ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୬/୫/୨୨ ----୬,୨୫  Sakhigopal News,26/5/2022

ads

Blog Archive

Popular Posts