ads

Breaking News

ନୟାଗଡ଼ ରାଜନୈତିକ ପସାପାଲି ରେ ଜଣେ ନୂତନ ଯୁବକ ବିଧାୟକ ପ୍ରାଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି

The issue's end has the recaptured Nayagarh in the spotlight.


ନୟାଗଡ଼:- ନୀଳାଚଳ ସିଂ, ନାଁ ଟି ଖୁବ୍ ପରିଚିତ। ନୟାଗଡ଼ ଜିଲ୍ଲା ର ଜନସାଧାରଣ ଏ ନାଁ କୁ ଶୁଣିଛନ୍ତି ଏବଂ ଏ ବ୍ୟକ୍ତିଙ୍କୁ ବହୁତ ପାଖରୁ ମଧ୍ଯ ଦେଖିଛନ୍ତି। ନୀଳାଚଳ ଥିଲେ ନୟାଗଡ଼ ରାଜପରିବାରର ଦାୟଦ(ରାଜାପୁଅ) ତଥା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କନ୍ଧମାଳ ସାଂସଦ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂ ଙ୍କ ଖୁବ୍ ନିଜର ବ୍ୟକ୍ତି। ତେବେ ନୀଳାଚଳ ସିଂ ଆଗାମୀ ବିଧାନସଭା ନିର୍ବାଚନ ରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିବା ନେଇ ଚର୍ଚ୍ଚା ଯୋର ଧରିଛି । ଏବେ ନୟାଗଡ଼ ରେ ଯାହା ସବୁଠାରୁ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। 
                    ତା'ଛଡା ନୟାଗଡ଼ ଜିଲ୍ଲା ତଥା ଓଡ଼ିଶାରେ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂ(ରାଜାପୁଅ) ଙ୍କୁ ବା କିଏ ନଜାଣେ। ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ପ୍ରଥମେ ସ୍ୱାଧିନ ଭାବେ ବିଧାୟକ ପ୍ରାର୍ଥୀ ପରେ କଂଗ୍ରେସ ରୁ ଟିକେଟ ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ।ଏହାସହ ପରେ କୌଣସି କାରଣରୁ ବେଜେଡି ଦଳରେ ମଶି ସେ କନ୍ଧମାଳ ସାଂସଦ ଭାବେ ଲୋକସଭା କୁ ନିର୍ବାଚିତ ହୋଇଥିଲେ। ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ଲୋକଙ୍କ ସୁଖଦୁଃଖର ସାଥିଥିଲେ ହେମେନ୍ଦ୍ର।  ଲୋକଙ୍କ ସୁଖଦୁଃଖର ସାଥି ହୋଇ ସେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଲୋକଙ୍କର ଅତି ପ୍ରିୟରପାତ୍ର ହୋଇପାରିଥିଲେ। 
                 ସେ ଯାହାହେଉ, ୨୦୧୪ ରେ ମାତ୍ର ୪୭ ବର୍ଷ ବୟସରେ ହେମେନ୍ଦ୍ରଙ୍କ ଅକାଳ ବିୟୋଗ ପରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଥିବା ନୀଳାଚଳ ଏବେ ନିଜର ବ୍ୟକ୍ତିଗତ କାମରେ ବହୁତ ଦୂରରେ । କିନ୍ତୁ ବିଶେଷ ସୂତ୍ରରୁ ପ୍ରକାଶ କି, ସେ ଅଧୁନା  ମଧ୍ଯ ନୟାଗଡ଼ ଜିଲ୍ଲା ରେ ଥିବା ତାଙ୍କ ଖାସ୍ ଲୋକଙ୍କ ସହ କଥାହୋଇ ନୟାଗଡ଼ ଜିଲ୍ଲା ବାସୀଙ୍କ ହାଲଚାଲ ବୁଝୁଛନ୍ତି। 
               ତେବେ ଆଗାମୀ ବିଧାନସଭା ନିର୍ବାଚନ ରେ ନୀଳାଚଳ ନୟାଗଡ଼ ବିଧାୟକ ପ୍ରାର୍ଥୀ ଭାବେ ଲଢିପାରନ୍ତି ବୋଲି ସୋସିଆଲ ମିଡିଆ ରେ ଚର୍ଚ୍ଚା ହେଉଛି। ତେବେ ନୀଳାଚଳ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିବେ କି ନାହିଁ,ତାହା ସମୟ କହିବ । 
 
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ନୟାଗଡ଼
ତା:- ୨୦/୫/୨୨---- ୨୦/୫/୨୦୨୨----୫,୧୦   Sakhigopal News,20/5/2022

ads

Blog Archive

Popular Posts