ads

Breaking News

ଚଳନ୍ତା ଟ୍ରେନରୁ ପଡି ବଙ୍ଗୀୟ ଯୁବତୀ ଗୁରୁତର

The Bengali girl was seriously injured when she fell off a moving train.



ଡେଲାଙ୍ଗ---ଚଳନ୍ତା ଟ୍ରେନରୁ ପଡି ଜନୈକା ବଙ୍ଗୀୟ ଯୁବତୀ ଗୁରୁତର ।  ତାଙ୍କୁ ପ୍ରଥମେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଡେଲାଙ୍ଗ ସ୍ୱସ୍ଥ୍ୟା କେନ୍ଦ୍ରର  ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।  ସୂଚନା ଅନୁଯାୟୀ, ଆହତ ଯୁବତୀ ଜଣକ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଜିଲ୍ଲାର କାଞ୍ଚନ କୁମାରୀ(୧୬)ବୋଲି ପରିଚୟ ମିଳିଥିବାବେଳେ ସେ ପୁରୀରୁ ଖୋର୍ଦ୍ଧାରୋଡ ଅଭିମୁଖେ ସୋମବାର ତପସ୍ୱିନୀ ଏକ୍ସପ୍ରେସ ଟ୍ରେନରେ ଯାଉଥିଲେ । କୌଣସି କାରଣରୁ  ଡେଲାଙ୍ଗ ଓ କଣାସରୋଡ ପାସେଞ୍ଜର ହଲ୍ଟ ମଧ୍ୟରେ ଟ୍ରେନରୁ ଖସିପଡିଥିଲେ ।  ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯୁବତୀଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।   ସେଠାରେ ଅବସ୍ଥା ଖରାପ ହେବାରୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ପଠାଇଦିଆଯାଇଛି । ଏ ସଂକ୍ରାନ୍ତରେ ଖୋର୍ଦ୍ଧାରୋଡ ଜିଆରପି ଥାନାଧିକାରୀ ଟି.ସି.ମହାନ୍ତିଙ୍କୁ ଜଣାଇଦିଆଯାଇଥିଲା । ସେ ଡେଲାଙ୍ଗ ମେଡିକାଲରେ ପହଞ୍ଚି ଆହତ ଯୁବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିବା ସହ ତାଙ୍କ ପରିବାରଲୋକଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୨---୯,୫୦    Sakhigopal News , 31/5/2022


ads

Blog Archive

Popular Posts