ads

Breaking News

ରାସନ ବଣ୍ଟନ ରେ ବାଧ୍ଯବାଧକତା ପାଇଁ ବିକାଶ ମଞ୍ଚ କୁ ଦାବିପତ୍ର




ଓଡ଼ଗାଁ:- ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ଗ୍ରାମପଞ୍ଚାୟତ ରେ ରାସନ ସାମଗ୍ରୀ ବଣ୍ଟନ ରେ ବାଧ୍ଯବାଧକତା ପାଇଁ ପାଣ୍ଡେରିପଡା ଗ୍ରାମବାସୀ ଙ୍କ ତରଫରୁ ପାଣ୍ଡେରିପଡା ପଞ୍ଚାୟତ ବିକାଶ ମଞ୍ଚ କୁ ଏକ ଦାବିପତ୍ର ଦିଆଯାଇଥିବା ଜଣାଯାଇଛି। 
                         ଅଭିଯୋଗ ଅନୁସାରେ, ପଞ୍ଚାୟତ ରେ ଦିଆଯାଉଥିବା ରାସନ ସାମଗ୍ରୀ ମଧ୍ଯରୁ କିରୋସିନି ନନେଲେ  ଚାଉଳ ଦିଆଯିବ ନାହିଁ । ଚାଉଳ କାର୍ଡ଼ କାଟି ଦିଆଯିବ ବୋଲି ଉପଭୋକ୍ତା ଙ୍କୁ ପଞ୍ଚାୟତରେ କାର୍ଯ୍ୟରତ କର୍ମଚାରୀ ବାଧ୍ଯ କରୁଥିବା ଅଭିଯୋଗ ହୋଇଛି। 
     ତେଣୁ ଏଠାରେ ପ୍ରଶ୍ନ ଉଠେ କି, କିରୋସିନି ନନେଲେ ଚାଉଳ ନମିଳିବା ପଞ୍ଚାୟତ ଆଇନର କେଉଁଠାରେ ଲିପିବଦ୍ଧ ହୋଇଛି? ଏବଂ କିରୋସିନି ନନେଲେ ଚାଉଳ ନମିଳିବା ଓ ଚାଉଳ କାର୍ଡ କାଟି ଦିଆଯିବା କହିବା କେତେଦୂର ଠିକ୍?? ଗରୀବ ଶ୍ରେଣୀର ଲୋକେ ପାଖରେ ଟଙ୍କା ନଥିଲେ କରିବେ କଣ?? ତେବେ ସରକାରଙ୍କ ତରଫରୁ ଦିଆଯାଉଥିବା ରାସନ ସାମଗ୍ରୀ ବଣ୍ଟନ ରେ ବିଚ୍ୟୁତି ନେଇ ଏବେ ପ୍ରଶ୍ନ ଉଠିଛି। 
               ତେବେ ଏ ସମସ୍ୟା ସମ୍ପର୍କରେ ପାଣ୍ଡେରିପଡା ଗ୍ରାମବାସୀ ଆଜି ପଞ୍ଚାୟତ ବିକାଶ ମଞ୍ଚ ସଭାପତି ଆଇନଜୀବୀ ବିଭୂତି ରାଉତ ଙ୍କୁ ଏକ ଦାବିପତ୍ର ଦିଆଯାଇଥିବା ଜଣାଯାଇଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୫/୫/୨୨ ---- ୧୦,୫୦  Sakhigopal News,25/5/2022

ads

Blog Archive

Popular Posts