ads

Breaking News

ମୃଦଙ୍ଗ ବାଦ୍ୟ କଳାକାରଙ୍କ ସ୍ମୁତିଚାରଣ

 The melody of the instrumental musician.
ସାକ୍ଷୀଗୋପାଳ ----  ସତ୍ୟବାଦୀ ର ମୃଦଙ୍ଗ ବାଦ୍ୟ କଳାକାର ତଥା ଉତ୍କଳମଣି ସ୍ମୃତି ମହାବିଦ୍ୟାଳୟ‌ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସ୍ବର୍ଗତ ସୁଦର୍ଶନ ମାଝିଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ତଳପାଟଣା ଗ୍ରାମ ବାସଭବନରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭା ରେ ସତ୍ୟବାଦୀ ର   ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ତରଫରୁ କଳାକାର ଓ କଳାପ୍ରେମୀଙ୍କ ଗହଣରେ ଏକ ସ୍ମୃତିଚାରଣ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ  ମଧ୍ୟରେ ଶିକ୍ଷାବିତ ହେମେନ୍ଦ୍ର ନାଥ ପଟ୍ଟନାୟକ, ପାଲା କଳାକାର  ବିଜୟ ପଟ୍ଟନାୟକ, ଲିଙ୍ଗରାଜ ପ୍ରଧାନ, ଗୋଟିପୁଅ ଗୁରୁ  ଭାଗିରଥୀ ମହାପାତ୍ର,  କୈଳାସ ବିଶ୍ବାଳ, ଶିକ୍ଷକ  ସତ୍ୟବାଦୀ ସ୍ବାଇଁ,  ଦୁର୍ଗେଶ ପ୍ରସାଦ ମିଶ୍ର ଓ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି  ରମେଶ ଚନ୍ଦ୍ର ପଲେଇ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମାଝିଙ୍କ ସ୍ମୃତି ଚାରଣ କରିବା ସହ ଦିବଂଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୫/୨୦୨୨----୧୦,୪୫  Sakhigopal News,14/5/2022

ads

Blog Archive

Popular Posts