ads

Breaking News

ପ୍ରିମିୟର ଲିଗ୍ ଫୁଟବଲ ମ୍ୟାଚ ର ଦ୍ଵିତୀୟ ଦିବସ


ଭେଡେନ - ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ପ୍ରିମିୟର ଲିଗ୍ ଫୁଟବଲ ମ୍ୟାଚ ର ଦ୍ଵିତୀୟ ଦିବସରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ବଲରାମ ବାଗ ଓ ସମ୍ମାନୀତ ଅତିଥି ଭାବେ ଆଶିଷ ମେହେର ଯୋଗ ଦେଇ ମ୍ୟାଚ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ ଦେବାଙ୍ଗନ ଡିଫେଣ୍ଡର ଓ ମାହେଶ୍ଵରୀ ଏଫ ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।  ଦେବାଙ୍ଗନ ଡିଫେଣ୍ଡର ୧/୦ ଗୋଲ ରେ ବିଜୟୀ ହୋଇ ଥିଲା । ଦ୍ବିତୀୟ ମ୍ଯାଚ ଟି ଏମ କେ ଏଫ ସି ଓ ବୀର ମଧ୍ଯ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ୨/୧ ଗୋଲ୍ ରେ ଏମ କେ ଏଫ ସି ବିଜୟୀ ହୋଇଥିଲା, ଭଲ ଖେଳାଳି ଭାବେ ମୁକେଶ ବାଗଙ୍କୁ  ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଖେଳ ପରିଚାଳନା କରିଥିଲେ କରନ ରଣା, ସୁରେନ ଭୂଏ, ବଜରଂଗ ଧରେଇ। ଧାରାବିବରଣୀ ପ୍ରଦାନ କରିଥିଲେ ଅମିତ ପାତ୍ର, ସ୍କୋରର ମୁକୁନ୍ଦ କର, ସହଯୋଗ କରିଥିଲେ ପପୁନ ଝାଙ୍କର, ସାନୁ ଭୁଏ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୧୦/୨୦୨୧--- ୭,୪୫  
 Sakhigopal News,18/10/2021

ads

Blog Archive

Popular Posts