ads

Breaking News

ପୂର୍ବଶତ୍ରୃତାକୁ କେନ୍ଦ୍ର କରି ଗଣ୍ଡଗୋଳ , ୨ ଆହତ ଉଭୟଙ୍କୁ କୋର୍ଟ ଚାଲଣ


ଭଞ୍ଜନଗର--- ତାରସିଂ ଥାନା ଗାଲେରୀ ଫାଣ୍ଡି ନିକଟ ବ୍ରହୁାଣପଦର ଗ୍ରାମର ମୋହନ ଜାନୀ ଓ ଶୁଶାନ୍ତ ସେଠୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ଲାଗି ରହିଆସିଥିଲା। ମୋହନ ଉକ୍ତ ଗ୍ରାମରେ ଥିବା ଜଳଖିଆ ଦୋକାନରେ ଠିଆ ହେଇଥିବା ସମୟରେ  ଶୁଶାନ୍ତ ହଠାତ୍ ମୋହନକୁ ଆକ୍ରମଣ କରିଥିଲା । ମୋହନ ଆକ୍ରମଣର ଶିକାର ହୋଇ ଜଳଖିଆ ଦୋକାନରେ ଥିବା ତାତଲା ତେଲ କଢେଇରେ ପଡି ଆହତ ହେଇଥିବା ବେଳେ ପାଲଟା ଶୁଶାନ୍ତକୁ ମଧ୍ୟ ମୋହନ ଟାଙ୍ଗିଆରେ ମୁଣ୍ଡକୁ ଆକ୍ରମଣ କରିବାରୁ ଉଭୟ ଆହତ ଅବସ୍ଥାରେ ଗାଲେରୀ ଡାକ୍ତରଖାନାରେ ଭତ୍ତିହେଇଥିଲେ ।ଏହି ଘଟଣାକୁ ନେଇ ଉଭୟଙ୍କ ପକ୍ଷରୁ ତାରସିଂ ଥାନାରେ ଦୁଇଟି  ଅଭିଯୋଗ ହୋଇଥିଲା ।ଏତଲାକୁ ଭିତି କରି ତାରସିଂ ଥାନା କେସ ନଂ୨୩୩ ଓ ୨୩୪/୨୧ରେମାମଲା ରୁଜୁ କରି ମୋହନ ଓ ଶୁଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରାଙ୍କ ଠାରୁ ସୁଚନା ମିଳିଛି  । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୯/୨୦୨୧----୮,୧୦--- 
Sakhigopal News,14/9/2021

ads

Blog Archive

Popular Posts