ads

Breaking News


ନୟାଗଡ଼-- ରାଜ୍ୟ ରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଘୁଚାପ ବର୍ଷା ଯୋଗୁଁ କୁସୁମୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି । ବିଲ  ମାନଙ୍କରେ ୭ରୁ ୧୦ଫୁଟ ର ବନ୍ୟା ଜଳ ପ୍ରଭାହିତ ହେଉଛି । ୍ଏହି ସମୟରେ ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୁଞ୍ଜ ବିହାରୀପୁର ନୂଆସାହାସ ପୁର ଗାଁର ଚାରି ଜଣଚାଷୀ ବିଲ ଦେଖୀ ବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଅତ୍ୟଧିକ ବନ୍ୟାଜଳ ଆସିବାରୁ ତିନି ଜଣ ଚାଷୀ ଗ୍ରାମକୁ ଫେରିଆସି ଥିବା ବେଳେ ଅନ୍ୟ ଜଣେ ଚାଷୀ ଭୟରେ ପାଖରେ ଥିବା ଆମ୍ବ ଗଛକୁ ଉଠିଯାଇଥିଲେ । ତାଙ୍କ ନାମ କିଶୋର ଚନ୍ଦ୍ର ପ୍ରଧାନ । ସେ  ନିଜ ଜୀବନ ବଞ୍ଚାଇ ପାଇଁ ଏକ ଆମ୍ବ ଗଛ ଉପରକୁ ଚଢି ଯାଇଥିଲେ ।ଏହିଖବର ଗ୍ରାମ ବାସୀ ଏବଂ ପରିବାର ଲୋକେ ଜାଣି   112କୁ ଜଣାଇଥିଲେ । ଖବର ପାଇ  ଖଣ୍ଡପଡ଼ା ରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଯାଇ ବୋଟ ଯୋଗେ ଦୌଡ଼ି ସାହାଯ୍ୟରେ ଗଛ ଉପରୁ କିଶୋର ଙ୍କୁ ଉଧାର କରିଥିଲେ।
 ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୪/୯/୨୦୨୧----୭,୧୫
 Sakhigopal News,14/9/2021

ads

Blog Archive

Popular Posts