ads

Breaking News

ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ପତ୍ନୀଙ୍କର ଅକାଳ ବିୟୋଗ


 ପିପିଲି-----ପୁରୀ ଜିଲ୍ଲା ବିଜେଡି ଦଳର ସମ୍ପାଦକ ତଥା ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଓ ତେଇସିପୁର ପଞ୍ଚାୟତ ସମିତିସଭ୍ୟ ଧରଣୀଧର ସାହୁଙ୍କ ଧର୍ମପତ୍ନୀ ଅନୁସୟା ସାହୁଙ୍କ(୫୩) ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ମିଳିଥିବା ସୁଚନାନୁଯାଇ ୪ଦିନ ତଳେ ଥଣ୍ଡା ଜ୍ୱରରେ ପିଡିତ ରହିଥିବା ବେଳେ ସ୍ୱାସ୍ଥ୍ୟଗତ ଅବସ୍ଥା ସମ୍ପୁର୍ଣ୍ଣ ଠିକ୍ ରହିଥିଲା । ମଙ୍ଗଳାବାର ୧ ଘଟିକା ସମୟରେ ହଠାତ୍ ଅସୁସ୍ଥା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କର ହୃଦ୍‌ଘାତରେ ମୃତ ବରଣ କରିଥିବା ଘୋଷଣା କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଛି । 

ପିପିଲିରୁ  ବିଜୟ କୁମାର ମହାପାତ୍ର, ୧୮/୫/୨୦୨୧---୮,୨୦

Sakhigopal News , 18/5/2021

ads

Blog Archive

Popular Posts