ads

Breaking News

ଆଦର୍ଶ ଶିକ୍ଷକ ତଥା ଶିକ୍ଷାବିତ୍ ରଘୁପତି ମହାପାତ୍ରଙ୍କର ପରଲୋକ


 ଭେଡେନ----ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିନଂଡା ଗ୍ରାମ ର ଆଦର୍ଶ ଶିକ୍ଷକ ତଥା ଶିକ୍ଷାବିତ୍ ରଘୁପତି ମହାପାତ୍ରଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ଧର୍ମ ପରାୟଣ, ମେଳାପି ଛାତ୍ରଛାତ୍ରୀ ମାନଙ୍କୁ ନିଜର ପୁଅ ଝିଅ ଭଲି ସ୍ନେହ କରି ଶିକ୍ଷା ଦାନ କରୁଥିଲେ ।  ଶିକ୍ଷାକୁ ସେ ଭଲ ପାଉଥିଲେ। ତାଙ୍କର ବିଯୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ରେମଂଡା ଉଚ୍ଚ ବିଦ୍ୟାଳୟ ରେ ୩୦ ବର୍ଷ ଓ ଜହ୍ନାପଡା ଉଚ୍ଚ ବିଦ୍ୟାଳୟ ୩ ବର୍ଷ ମୋଟ ୩୩ ଶିକ୍ଷା ପ୍ରଦାନ କରି ଥିଲେ। ତାଙ୍କର ଆଦର୍ଶ ରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀମାନେ ବହୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି। ତାଙ୍କ ବିଯୋଗ ରେ ରେମଣ୍ଡା, ଜନ୍ହାପଡା ତଥା ସମଗ୍ର୍ ଅଞ୍ଚଳରେ ରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜିବୀ, ଛାତ୍ର ଛାତ୍ରୀ, ଗ୍ରାମବାସୀ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।
ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ। ୪ ପୁଅ ଅସିତ, ମୋହିତ, ନିଶିତ, ରୋହିତ୍ ଓ ୨ଝିଅ ରିନାରାଣୀ, ମିନାକ୍ଷୀ ଅଛନ୍ତି । ପାର୍ଥବ ଶରୀରକୁ ଝାଉଁଜୋର ନଦୀ ର ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ବଡ଼ ପୁଅ ଅସିତ ମହାପାତ୍ର ମୁଖାଗ୍ନି ଦେଇଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୧୮/୫/୨୦୨୧-----+୧୦,୧୦

ads

Blog Archive

Popular Posts