ସତ୍ୟବାଦୀ ଗୁରୁକୁଳ ସ୍ଳଲାରସ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଗୁରୁକୂଳ ସ୍ଳଲାରସ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ଗୋପାଳଜୀ ଏଜୁକେସନ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷା ପୁଷାମିତ୍ରା ପଟ୍ଟନାୟକ,ସତ୍ୟବାଦୀ ବିଡ଼ିଓ ଦେବାଶିଷ ନାୟକ, ଗୁରୁକୂଳ ସ୍ଳଲାରସ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା ଓ ବିଦ୍ୟାଳୟ ର ଅଧ୍ୟକ୍ଷ ସସ୍ମିତା ମିଶ୍ର କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଅତିଥି ମାନେ ଜଗନ୍ନାଥଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ପ୍ରଥମେ ବିଦ୍ୟାଳୟ ପକ୍ଷରୁ ଅତିଥି ମାନଙ୍କୁ ବୃକ୍ଷ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଅତିଥି ମାନେ ମତପ୍ରକାଶ କରିଥିଲେ ଯେ ଆଜିର ଏହି ଛୋଟ ମଞ୍ଜି କାଲା ଏକ ବଡ଼ ବୃକ୍ଷ ହୋଇ ସମାଜରେ ଠିଆ ନ ହେବ ତାହା କହି ହେବ ନାହିଁ ବୋଲି ବିଡ଼ିଓ ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ। ପିଲା ଯେଉଁ ବିଭାଗରେ ଆଗେଇ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ସେହି ଦିଗରେ ସେମାନଙ୍କୁ ଆଗେଇ ନେବାକୁ ଚେଷ୍ଟା କରିଲେ ନିଶ୍ଚିତ ସେ ପିଲା ନିଶ୍ଚିତ ନାମ କରିବା ସହ ବାପା ମାଙ୍କ ନାମ ରଖିପାରିବ ବୋଲି ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷା ପୁଷାମିତ୍ରା ପଟ୍ଟନାୟକ ମତ ପ୍ରକାଶ କରିଥିଲେ। ବିଦ୍ୟାଳୟ ର ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ସିଲ୍ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପରିଚାଳନା କମିଟିର ସଦସ୍ୟ ତାରେଣି ପ୍ରସାଦ ମିଶ୍ର ଓ ପ୍ରମୋଦ କୁମାର ନନ୍ଦ ଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ।
