ads

Breaking News

ଫେବୃୟାରୀ ମାସ ୬,୭ ଓ ୮ ତିନି ଦିନ ଧରି ଅନୁଷ୍ଠିତ ହେବ ସତ୍ୟବାଦୀ ମହୋତ୍ସବ

ସାକ୍ଷୀଗୋପାଳ --- ସତ୍ୟବାଦୀ ରେ ଅଁଳା ନବମୀ ପର୍ବ ପରେ ଦୁତୀୟ ପର୍ବ ହେଉଛି ସତ୍ୟବାଦୀ ମହୋତ୍ସବ। ଏହି ମହୋତ୍ସବ ଫେବୃୟାରୀ ମାସ ୬, ୭,ଓ ୮ ତିନି ଦିନ ଧରି ଅନୁଷ୍ଠିତ ହେବ ବୋଲି ଆଜି ଅନୁଷ୍ଠିତ ମହୋତ୍ସବ ର ପ୍ରଥମ ପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ନିଆଯାଇଛି । ବକୁଳ ବନ ସ୍ଥିତ ବଉଳ ବାଟିକା ରେ ସତ୍ୟବାଦୀ ମହୋତ୍ସବ ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହୋତ୍ସବର ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ମହୋତ୍ସବର ସମ୍ପାଦକ ତଥା ଜୟପୁର ପଞ୍ଚାୟତ ର ସମିତି ସଭ୍ୟ ଦୀପକ୍ ଶତପଥୀ ଓ ସଦସ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ସଭ୍ୟା ବିଷ୍ଣୁ ପ୍ରିୟା ବରାଳ, ସଦସ୍ୟ ତ୍ରିଲୋଚନ ରଥ ଓ ଉମେଶ ପ୍ରଧାନ ଙ୍କ ସହିତ ପ୍ରାୟ ଶତାଧିକ ମହୋତ୍ସବର ସଦସ୍ୟମାନେ ଯୋଗ ଦେଇ ସେମାନଙ୍କ ମତାମତ ରଖିଥିଲେ । ମହୋତ୍ସବ ର ପ୍ରଥମ ସଂଧ୍ୟା ବା ପଞ୍ଚସଖା ଙ୍କ ଜ୍ୟୋତି ଯାହା କୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ସଦସ୍ୟ ତଥା ମୂଳଅଳସା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶଙ୍କର ପ୍ରଧାନ ପ୍ରସ୍ତାବ ଆଗତ କରିଥିଲେ। ସେହିପରି ମହୋତ୍ସବର ସମ୍ପାଦକ ବିଗତ ବର୍ଷ ର ପରିଚାଳନା ରେ ହୋଇଥିବା ତ୍ରୁଟିକୁ ସୁଧାରିବା ସହ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ବିଧାୟକ ଙ୍କୁ ଅନୁରୋଧ କରିଥିଲେ। ଶେଷରେ ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ଓମ ପ୍ରକାଶ ମିଶ୍ର ମହୋତ୍ସବ ହେଉଛି ସାକ୍ଷୀଗୋପାଳ ର ଏକ ଭାଇଚାରାର ପର୍ବ ।ଏହି ମହୋତ୍ସବ ରେ ୨୪ଗୋଟି ପଞ୍ଚାୟତ ର ପତି ପରିବାର କିପରି ଯୋଡ଼ି ହେବେ ସେଥିପାଇଁ ଏକ ରଥ ବାହାରିବ। ଏହି ରଥ ଘରକୁ ଘର ବୁଲି ମହୋତ୍ସବରେ ସମ୍ପର୍କ ଯୋଡି ହେବା ପାଇଁ ସାହାଯ୍ୟ ଭିକ୍ଷା କରିବ । ଏହି ମହୋତ୍ସବରେ ୧୭୦ଜଣ ସଦସ୍ୟ ରହିଛନ୍ତି। ଏ ବର୍ଷ ନୂତନ କରି ପତି ପଞ୍ଚାୟତରୁ ତିନି ଜଣ ସଦସ୍ୟ ଗ୍ରହଣ କରାଯିବ ବୋଲି ମହୋତ୍ସବ କମିଟିର ସଭାପତି ଘୋଷଣା କରିଥିଲେ। ସେହିପରି ମହୋତ୍ସବ ଜ୍ୟୋତି ଯାତ୍ରା ସହିତ ପଞ୍ଚସଖା ଙ୍କ ଜନ୍ମ ପୀଠରୁ ମାଟି ସଂଗ୍ରହ କରାଯିବ। ଗତ ବର୍ଷ ମହୋତ୍ସବ ରେ ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଦାୟ କରାଯାଇଥିଲା ୩୯ ଲକ୍ଷ ଟଙ୍କା ବୋଲି ସଭାପତି କହିଥିଲେ। ଶେଷରେ ବିଧାୟକ କହିଥିଲେ ମହୋତ୍ସବ ତିନି ଦିନ ମଧ୍ୟରେ ସତ୍ୟବାଦୀ ର ଯେକୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ମହୋତ୍ସବ କମିଟି ପକ୍ଷରୁ ସହଯୋଗ ର ହାତ ବଢାଯିବ ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ । ମହୋତ୍ସବର ପ୍ରସ୍ତୁତି ବୈଠକ କୁ ସଂଯୋଜନା କରିଥିଲେ ମହୋତ୍ସବ ର ପୂର୍ବତନ ସମ୍ପାଦକ ଜାନକୀ ବଲ୍ଲଭ ବରାଳ । ଏହି ଅବସରରେ ସତ୍ୟବାଦୀ ମହୋତ୍ସବର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। 
  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୧୨/୨୦୨୫---୬,୧୦ Sakhigopal News,26/12/2025

ads

Blog Archive

Popular Posts