ads

Breaking News

୨୫-୨୬ବର୍ଷର ଖରିଫ ଧାନ କ୍ରୟ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର

ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ର ୨୪ଗୋଟି ପଞ୍ଚାୟତ ରେ ୧୭ଗୋଟି ସମବାୟ ସମିତି ଜରିଆରେ ୨୫-୨୬ବର୍ଷରେ ଖରିଫ ଧାନ ମଣ୍ଡି ଖୋଲିବାକୁ ଯାଉଛି । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ସହଯୋଗରେ ପି--ପାସ ଓ ଧାନର ମାନ ନିର୍ଦ୍ଧାରଣ କରିବା ପାଇଁ ସତ୍ୟବାଦୀ,ପିପିଲି , ପୁରୀ ସଦର,କଣାସ ଓ ଡେଲାଙ୍ଗ ବ୍ଳକ ରେ ଥିବା ସମସ୍ତ ଧାନ ମଣ୍ଡି ର ସମ୍ପାଦକ ଙ୍କ ସହିତ ନୋଡାଲ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିର କୁ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପୁରୀ ଜିଲ୍ଲାରେ ୧୫/୧/୨୦୨୬ରେ ଧାନ ମଣ୍ଡି ଖୋଲିବାକୁ ଦିନ ଧାର୍ଯ୍ୟ କରାଯାଇଛି ବୋଲି ସତ୍ୟବାଦୀ ତହସିଲଦାରଙ୍କ ଠାରୁ ସୁଚନା ମିଳିଛି। ଏହି ପ୍ରଶିକ୍ଷଣ ଶିବିର ରେ ପିପିଲି ବ୍ଳକ ର ଅତିରିକ୍ତ ତହସିଲଦାର, ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ପୁରୀ ବିଭାଜନ ର ଅଧିକାରୀ ଓ ଜିଲ୍ଲା ଯୋଗାଣ ନିଗମ ପୁରୀ ର ଅଧିକାରୀ ମାନେ ଯୋଗ ଦେଇ କିପରି ପି--ପାସ ସହିତ ଧାନର ମାନ ନିର୍ଦ୍ଧାରଣ କରିବାକୁ ହେବ ସେ ସମ୍ପର୍କରେ ମଣ୍ଡିରେ ସମ୍ପାଦକ ନୋଡାଲ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ବିଶେଷ କରି ଧାନ ମଣ୍ଡି କୁ ଆଣିଥିବା ଚାଷୀ ର ଧାନକୁ ନ ଫେରେଇ ଉକ୍ତ ଧାନର ମାନ ବଢ଼ାଇବାରେ ସହଯୋଗ କରିବାକୁ ଯୋଗାଣ ବିଭାଗର ଅଧିକାରୀ ମାନେ ମତପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପୁରୁଷୋତ୍ତମ ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ଧାନ ମଣ୍ଡି ନୋଡାଲ ଅଫିସର ସୁରେନ୍ଦ୍ର ଦତ୍ତ ଓ ହିସାବ ନୀରିକ୍ଷକ ଜଗତ ଜ୍ୟୋତି ସାହୁ ଓ ଅନ୍ୟ କର୍ମଚାରୀ ମାନେ ପ୍ରଶିକ୍ଷଣ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୨୩/୧୨/୨୦୨୫---୭,୪୦ Sakhigopal News,23/12/2025

ads

Blog Archive

Popular Posts