ଅଗ୍ନି ବିପନ୍ନ ପରିବାର କୁ ସମବେଦନା ଜଣାଇଲେ ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀ ହରିଚନ୍ଦନ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ର ଘାଶିଭବାନି ପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଦଶଗୋଟି ପରିବାର ର ବ୍ୟାପକ କ୍ଷୟକ୍ଷତି ହୋଇଛି।
ଏହି ଖବର ପାଇ ପରିବାରବର୍ଗଙ୍କୁ ଆଜି ସାକ୍ଷାତ କରିବା ସହ ସେମାନଙ୍କୁ ଯଥାଶୀଘ୍ର କିପରି ସରକାରୀ ସହାୟତା ମିଳିବ ସେନେଇ ଅଧିକାରୀ ମାନଙ୍କ ସହ କଥା ହୋଇଛନ୍ତି ପୂର୍ବତନ ବିଧାୟକ ତଥା ପୂର୍ବତନ କଂଗ୍ରେସର ସଭାପତି
ପ୍ରସାଦ ହରିଚନ୍ଦନ । ଅଗ୍ନି ବିପନ୍ନ ପାରିବାର ଙ୍କୁ ଭେଟି ସମବେଦନା ଜଣାଇବା ସହ କିଛି ଅତ୍ୟାବଶକିୟ ସାମଗ୍ରୀ ପାଲ, ଲଣ୍ଠନ,ଛତା, ଲୁଙ୍ଗି, ଗାମୁଛା, ବାଲ୍ଟି, ମଗ, ପ୍ଲେଟ, ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଯାହା ହୋଇପାରିବ ସତ୍ୟବାଦୀ ବ୍ଳକ୍ କଂଗ୍ରେସ ନିଶ୍ଚୟ ସହଯୋଗ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକ କଂଗ୍ରେସ ସଭାପତି ସୁବାସ ମହାପାତ୍ର, ଲିପ୍ତି ରଞ୍ଜନ ପ୍ରଧାନ,ଆଦର୍ଶ ମିଶ୍ର, ତପନ କୁମାର ବେଜ୍, ଅମୂଲ୍ୟ ଜେନା, ନନ୍ଦୁଶତପଥି ,ଉତ୍ତମ ମହାପାତ୍ର, ରବି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୮/୨୦୨୫---୯,୩୫ Sakhigopal News,2/8/2025


