ଅତାବିରା ଆରଏମସି ଅନ୍ତର୍ଗତ ଝରାପାଲି ମାର୍କେଟ ଥୁଆପାଲି, ଖୁଣ୍ଟୁଲିପାଲି ଓ ଅତାବିରା ଆରଏମସି ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ବରଗଡ଼ ---ବରଗଡ ଜିଲ୍ଲା ଅତାବିରା ଆରଏମସି ଅଧିନସ୍ଥ ଝରାପାଲି ମାର୍କେଟ ୟାର୍ଡ଼ ଥୁଆପାଲି ଠାରେ ସଂକ୍ରିଡା ସେବା ସମବାୟ ସମିତି ଲି ର ସମ୍ପାଦକ ସୁବାଷ ଚନ୍ଦ୍ର ପୁରୋହିତ ଓ ଝରାପାଲି ମାର୍କେଟ ଷ୍ଟାଫ୍ ଓ ଚାଷୀ ମାନେ ଝରାପାଲି ମାର୍କେଟ ୟାର୍ଡ଼ ଥୁଆପାଲି ର ମାର୍କେଟ ସରକାର ଭରତ ପ୍ରଧାନ, ଖୁଣ୍ଟୁଲିପାଲି ମାର୍କେଟ ସରକାର ଦିଲିପ ମିଶ୍ର, ଗଉରଟିକରା ମାର୍କେଟ ସରକାର ପ୍ରେମାନନ୍ଦ ଭୂଏ କୁଂ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ତରଫରୁ ଭରତ ପ୍ରଧାନ, ଦିଲିପ ମିଶ୍ର ଓ ପ୍ରେମାନନ୍ଦ ଭୂଏ କୁଂ ପୁଷ୍ପଗୁଚ୍ଛ, ଉପଢୌକନ, ଗୀତା ପୁସ୍ତକ ଦେଇ ସସମ୍ମାନେ ବିଦାୟ ଦେଇଥିଲେ। ସେହିପରି ଖୁଣ୍ଟୁଲିପାଲି ମାର୍କେଟ ୟାର୍ଡ଼ ଠାରେ ଦିଲିପ ମିଶ୍ର, ଭରତ ପ୍ରଧାନ ଓ ପ୍ରେମାନନ୍ଦ ଭୂଏ କୁଂ ଖୁଣ୍ଟୁଲିପାଲି ମାର୍କେଟ ଷ୍ଟାଫ୍, ସଂକ୍ରିଡା ସେବା ସମବାୟ ସମିତି ଲି ର ଷ୍ଟାପ ଓ ଚାଷୀ ମାନେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଓ ପୁଷ୍ପମାଲ୍ୟ, ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ ଓ ବିଦାୟ ଦେଇଥିଲେ।
ସେହିପରି ଭାବରେ ଅତାବିରା ଆରଏମସି ମୁଖ୍ୟ କାର୍ଯ୍ୟାଳୟ ଠାରେ ଅତାବିରା ଆରଏମସି ସମ୍ପାଦକ ଶଶାଙ୍କ ଶେଖର ସାହଣୀ ଙ୍କ ସଭାପତିତ୍ବ ରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଦିଲିପ ମିଶ୍ର, ଭରତ ପ୍ରଧାନ ଓ ପ୍ରେମାନନ୍ଦ ଭୂଏ ଙ୍କୁ ପୁଷ୍ପମାଲ୍ଯ, ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅତାବିରା ଆରଏମସି ର ଅଫିସ ଷ୍ଟାପ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ। ଅବସର ନେଇଥିବା କର୍ମଚାରୀ ଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ପରିଶେଷରେ ସମ୍ପାଦକ ଶଶାଙ୍କ ଶେଖର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଉଭୟ ଙ୍କୁ ଶୋଭାଯାତ୍ରା କରି ବିଦାୟ ଦିଆଯାଇଥିଲା । ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୩/୮/୨୦୨୫----୭,୨୦ Sakhigopal News,3/8/2025



