ads

Breaking News

ସାକ୍ଷୀଗୋପିନାଥଙ୍କ ଝୁଲଣ ଯାତ୍ରା ; ସଧ୍ୟାରେ ଗୋଟିପୁଅ ନାଚ

 

ସାକ୍ଷୀଗୋପାଳ----ସାକ୍ଷୀଗୋପିନାଥଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଯାଇଛି ।  ଗୋଧନବାହୁଡା ଭୋଗ ପରେ ଚଳନ୍ତି ପ୍ରତିମା ଶ୍ରୀଜୀଉ ଓ ଶ୍ରୀମତି ରାଧା ଦେବୀ ଝୁଲଣ କୁଞ୍ଜକୁ ସେବାୟତ ମାନେ ବିଜେ କରିଛନ୍ତିି । ଝୁଲଣ ମଣ୍ଡପ ସମ୍ମୁଖରେ ସଂଧ୍ୟାରେ ଗୋଟିପୁଅ ନୃତ୍ୟୁ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି । ସଂଧ୍ୟା ଧୂପରେ ଜାତଭୋଗ ସହିତ ଉପଚାର ଓ ଆଳତୀ କରାଯିବା ପରେ ଶ୍ରୀ ଜୀଉ ନିଜ ମନ୍ଦିରକୁ ଫେରିଥାନ୍ତି । ଏହି ନୀତି ଝୁଲଣ ଯାତ୍ରାରେ ଅନୁଷ୍ଠିତ ହୋଇଥାଏ ବୋଲି  ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହପାତ୍ରଙ୍କ ଠାରୁ ସୁଚନା ମିଳିଛି । ଝୁଲଣ କୁଞ୍ଜକୁ ମାଳି ସେବକ ମାନେ ମନ୍ଦିର ପକ୍ଷରୁ ଯୋଗାଇ ଦିଆଯାଇଥିବା କାଗଜ, ଜରି ଜମ୍ବୁରା ଓ ଶୋଲରେ ତିଆରି ହୋଇଥିବା ଓଲଟଶୁଆ, ମୟୁର, ମାଙ୍କଡ, ବଗ, ପାରା, ଅଷ୍ଟସଖୀ, ରୋହିଣ ଯଶୋଦା, କୃଷ୍ଣ ବଳରାମ , ବଗ ,ଭାଲୁ ସହିତ ଭୀମ ଓ ଦୁଶାସନଙ୍କୁ ଝୁଲଣରେ ଖଞ୍ଜାଯିବା ସହ ରଙ୍ଗ ବେରଙ୍ଗର ଆଲୋକମାଳରେ ସୁସଜିତ କରାଯାଇଛି । ଶ୍ରଦ୍ଧାଳୁ ମାନେ ଚଳନ୍ତି ପ୍ରତିମା ଶ୍ରୀ ଜିଉଙ୍କୁ ଝୁଲଣ କୁଞ୍ଜରେ ଝୁଲାଇବାର ସୁଯୋଗ  ବର୍ଷକୁ ଥରେ ମିଳିଥାଏ । ତେଣୁ ଶ୍ରର୍ଦ୍ଧାଳୁୁ ମାନଙ୍କର ଗହଳି ମନ୍ଦିରରେ ପରିଲକ୍ଷିତ ହୋଇଥିଲା । ଭକ୍ତ ମାନେ ଝୁଲଣ ମଣ୍ଡପରେ ଠାକୁରଙ୍କୁ ଝୁଲାଇବା ସହିତ ବିଭିନ୍ନ ଭୋଗ କରିଥାନ୍ତି । ସେହିପରି ଗ୍ରାମ ମାନଙ୍କରେ ଥିବ ମଠ ଓ ମନ୍ଦିର ମାନଙ୍କରେ ଆମ୍ବଡାଳ, ଦେବଦାରୁପତ୍ର ସହିତ କଦଳୀଗଛ ମନ୍ଦିର ଆଗରେ ଲଗାଯାଇ ଝୁଲଣ ପର୍ବ ଅନୁଷ୍ଠିତ ହୋଇଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ୫/୮/୨୦୨୫---୫,୧୦ Sakhigopal News, 5/8/2025

ads

Blog Archive

Popular Posts