ads

Breaking News

ଶତାୟୁ ବୃଦ୍ଧ ମାଗୁଣି ପ୍ରଧାନଙ୍କ ପରଲୋକ



ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଅଳଗୁମ ପଞ୍ଚାୟତ ବାଟୁଳି ପଡ଼ା ଗ୍ରାମର ଶତାୟୁ ବୃଦ୍ଧ ମାଗୁଣି ପ୍ରଧାନଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା । ଶେଷ ସମୟ ପର୍ଯ୍ୟନ୍ତ ସେ ବେଶ୍ ଚଳଚଞ୍ଚଳ ଥିଲେ। ଏଇ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସୁ ହେବାରୁ ତାଙ୍କୁ ପୁରୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ପୈତୃକ ଗ୍ରାମ ବାଟୁଳିପଡ଼ା ସମେତ ଆଖପାଖ ଗ୍ରାମରେ ଶୋକ ପ୍ରକଶ ପାଇଛି। ସେ ଜଣେ ମେଳାପୀ, ମିଷ୍ଠଭାଷୀ ବ୍ୟକ୍ତି ଥିଲେ। ସେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡ଼ିତ ଥିଲେ । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ପୁରୀ ସର୍ଗଦ୍ଵାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୮/୨୦୨୫----୪,୧୦ Sakhigopal News,1/8/2025

ads

Blog Archive

Popular Posts