ads

Breaking News

ଜନ୍ମ ଦିନ ପାଳନ କଲେ ଜରା ନିବାସରେ; କେକ କାଟି ଅନ୍ତେବାସୀଙ୍କ ସହ ସମୟ କାଟିଲେ



ସମ୍ବଲପୁର,---- ଆଜିର ଦିନରେ ଯୁବକମାନେ ଭିନ୍ନ ଢ଼ଙ୍ଗରେ କିଛି କରିବା ପାଇଁ ମନବଳାଇଛନ୍ତି ।  ନିଜର ଜନ୍ମ ଦିନକୁ ଅଭିନବ ଢଙ୍ଗରେ ପାଳନ କରିଛନ୍ତି ଜଣେ ଯୁବ ସମାଜସେବୀ ଶୋଭନ ପୁରୋହିତ।
ଜୁଯୋମୁରା ବ୍ଲକ ଡ଼ଙ୍ଗରପଡା ନିବାସୀ ଶୋଭନ ନିଜର ପରିବାର ବର୍ଗଙ୍କ ସହିତ ଧମା ପଞ୍ଚାୟତର ହୁମା ଠାରେ ଥିବା ବୀର ସୁରେନ୍ଦ୍ର ସାଏ ଜରାନିବାସ (ବୃଦ୍ଧାଶ୍ରମ) ଠାରେ ନିଜର ୩୩ ତମ ଜନ୍ମ ଦିନକୁ ଧୁମ ଧାମରେ ପାଳନ କରିଛନ୍ତି । ସମସ୍ତ ଅନ୍ତେବାସୀଙ୍କ ସହ ଜନ୍ମ ଦିନର କେତକ, ଅର୍ନ୍ନ ଓ ମିଷ୍ଟାର୍ଣ୍ଣ ଦେଇ ସେମାନଙ୍କର ଆଶୀର୍ବାଦ ନେଇଛନ୍ତି। ମାନବ ସେବା ହିଁ ମାଧବ ସେବା ଏହି ବାର୍ତ୍ତାକୁ ଶ୍ରେୟ ଦେଇ ଶୋଭନ ନିଜର ଜନ୍ମ ଦିନକୁ ଅନ୍ତେବାସୀଙ୍କ ସହିତ କଟାଇ ନିଜକୁ ସୌଭାଗ୍ୟ ମଣିଥିବା କହିଛନ୍ତି। ଏଥିରେ ଜରାଶ୍ରମର ମୁଖ୍ୟ ସତ୍ୟନାରାୟଣ ମେଣ୍ଡଳୀ ତାଙ୍କୁ ସହଯୋଗ କରିଥିଲେ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ,୧୬/୬/୨୦୨୫---୯,୪୫ Sakhigopal News,16/6/2025

ads

Blog Archive

Popular Posts