ads

Breaking News

ଘୁମୁସର ବରିଷ୍ଠ ନାଗରିକ ମଞର ବୈଠକ ଭଞ୍ଜନଗର


 ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ ସ୍ଥାନୀୟ ଫରେଷ୍ଟ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ସଂଘର ସଭାପତି  ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ । ବୈଠକ ଆରମ୍ଭରେ ସଦସ୍ୟ ମହାମେଦ ଉଦ୍ଦିନ ଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା।ପରେ ସଂଘର ସମ୍ପାଦକ ରବିନାରାୟଣ ସାମନ୍ତ ଗତ ବୈଠକ ର ବିବରଣୀ ପାଠ କରି ଗୃହୀତ କରାଇଥିଲେ।  ରବୀନ୍ଦ୍ର ଆଚାର୍ଯ୍ୟ ଗତ 21ତାରିଖରେ ମଞ୍ଚ ର 21ଜଣ ସଦସ୍ୟ ସଭାପତି ଙ୍କ ନେତୃତ୍ୱ ରେ ଚକ୍ରଘାଟି ଓ ଘଟିଶୁଳା ଯେଉଁ ପରିଦର୍ଶନ ଯାଇଥିଲେ ତାର ବିବରଣୀ ପ୍ରଦାନ କରିଥିଲେ।  ଶିବରାମ ପଣ୍ଡା ଚକ୍ରଘାଟି କୁ ଦୋହରା ପକ୍କାରାସ୍ତା ଓ ଘାଟୀ ସୁଳା କୁ ପକ୍କା ରାସ୍ତାନିର୍ମାଣ କରାଯାଇ ଏହି ଉଭୟ ଦର୍ଶନୀୟ ଜାଗାକୁ ଟୁରିଷ୍ଟ ଜାଗା ର ମାନ୍ୟତା ଦେବା ପାଇଁ ସରକାର ଙ୍କ ପାଖରେ ଦାବୀ ରଖିଥିଲେ।. ସଭାପତି ଶ୍ରୀ ନାୟକ କୁତ୍ରିମ ବୁଦ୍ଧିମତା ଉପରେ ଏକ ପ୍ରବନ୍ଧ ପାଠ କରି ଏହା କିପରି ଯୁଗାନ୍ତକାରୀ ଉଦଭାବନ ଦର୍ଶାଇବା ସାଙ୍ଗକୁ ମାନବ ସମାଜ ପାଇଁ ଖଣ୍ଡାର ଦୁଇଧାର ପରି ହୋଇଛି ସେ ଦିଗରେ ସୂଚନା ଦେଇଥିଲେ । ସର୍ବଶ୍ରୀ ଗୌରୀଶଙ୍କର ମିଶ୍ର, ତପନ କୁମାର ମିଶ୍ର, ପ୍ରଦୀପ କୁମାର ସ୍ୱାଇଁ ଓ ଅନ୍ୟ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇ ମଞ୍ଚକୁ ସ୍ୱାଗତ କରାଯାଇଥିଲା । ଉପସଭାପତି ବାଳକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ସଭା ସାଙ୍ଗ  କରିଥିଲେ। ସର୍ବଶ୍ରୀ ସନ୍ତୋଷ କୁମାର ତିଆଡ଼ି ଲଡ଼ୁକିଶୋର ପ୍ରଧାନ, ସୁରେନ୍ଦ୍ର ବେହେରା, ସନ୍ତୋଷ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ସାହୁ, ହୃଷିକେଶ ଲେଙ୍କା, ବିପିନ କୁମାର ବେହେରା, ସୁବାସ ଚନ୍ଦ୍ର ପ୍ରଧାନ ଏମ ରବୀନ୍ଦ୍ର ପାତ୍ର, ମଧୁସୂଦନ ସ୍ୱାଇଁ, ଶଙ୍କର ନାରାୟଣ ପାତ୍ର ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨/୬/୨୦୨୫---୮,୨୫ Sakhigopal News,2/6/2028

ads

Blog Archive

Popular Posts