ads

Breaking News

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚକୁ ନେଇ ଅସାଧୁ ବ୍ୟବସାୟୀ ମହଲରେ ଛନକା



ଜଟଣୀ : ବର୍ତ୍ତମାନ ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ଯାଜପୁରରେ ହଇଜା ଓ ଝାଡାବାନ୍ତି ବ୍ୟାପିବା ସହିତ ଏହାର ପ୍ରଭାବ ପଡ଼ୋଶୀ ଜିଲ୍ଲା ମାନଙ୍କରେ ମଧ୍ୟ ଅନୁଭୂତ ହେଉଛି l ଯାହାକି ରାଜ୍ଯ ସରକାରଙ୍କ ମୁଣ୍ଡ ବ୍ୟଥାର ପ୍ରମୁଖ କାରଣ ସାଜିଛି l ଏହି ପରିପ୍ରେକ୍ଷୀରେ ଅଚାନକ ଭାବରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଜଟଣୀ ସହରରେ ବିଭିନ୍ନ ନାମିଦାମୀ ମିଠା ଦୋକାନ ଓ ଲସି ଦୋକାନ ଉପରେ ଚଢାଉ କରାଯାଇଥିଲା l ତେବେ ଏହି ଚଢାଉ ସମୟରେ କିଛି ଦୋକାନୀ ଆଗୁଆ ସୂଚନା ପାଇ ଦୋକାନ ଭିତର ପଟୁ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଥିଲା I ତେବେ ବିଭାଗ ପକ୍ଷରୁ କିଛି ବାସି ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ ଜଳଖିଆ ଦୋକାନ ଓ ଲସି ଦୋକାନ ମାନଙ୍କରେ ବ୍ୟବହୃତ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନିଆଯାଇଥିଲା l ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ଅଧିକାରୀ ନିବେଦିତା ଭଟ୍ଟ, ଟାଙ୍ଗୀ ଦାୟିତ୍ଵରେ ଥିବା ନିରାପତ୍ତା ଅଧିକାରୀ ଦେବାଶିଷ ବଳ, ଅନିଲ ମାଝୀ ଓ ସୁଶାନ୍ତ ସାମନ୍ତରାୟଙ୍କ ସମେତ ମ୍ୟୁନିସିପାଲଟିର କିଛି କର୍ମଚାରୀ ମାନେ ସାମିଲ ହୋଇଥିଲେ l ତେବେ ଏଭଳି ଯାଞ୍ଚ ପ୍ରକ୍ରିୟା ଆଗକୁ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ 
ଭାରତୀୟ ଖାଦ୍ୟ ସାମଗ୍ରୀର ଗୁଣବତ୍ତା, ସ୍ୱଚ୍ଛତା ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ସୁରକ୍ଷା ଏବଂ ମାନବ ଅଧିନିୟମ, ୨୦୦୬ ପ୍ରଣୟନ କରାଯାଇଅଛି l ଏହି ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଭେଜାଲ ଦ୍ରବ୍ୟ ବିକ୍ରୟ କରୁଥିବା ଦେଖିବାକୁ ମିଳେ, ତାହା ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ l  ଯଦି ଜଣେ ବ୍ୟକ୍ତି ଅପମିଶ୍ରଣ ଖାଦ୍ୟ ସାମଗ୍ରୀ ଉତ୍ପାଦନ, ବିକ୍ରି କିମ୍ବା ବିତରଣ କରୁଥିବା ଦେଖିବାକୁ ମିଳେ, ତେବେ ଏହା ଏକ ଗୁରୁତର ଅପରାଧ ଭାବରେ ବିବେଚନା କରାଯାଏ l ଭେଜାଲ ଖାଦ୍ୟ ସାମଗ୍ରୀ ତିଆରି ଏବଂ ବିକ୍ରି ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ l ସେହିପରି ଅପରାଧ ଗମ୍ଭୀରତାକୁ ବିଚାର କରି ଏପରି କ୍ଷେତ୍ରରେ ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ l ଏଥି ସହ ଯଦି ଭେଜାଲ ଖାଦ୍ୟ ପଦାର୍ଥ ଖାଇବା ହେତୁ ଜଣେ ବ୍ୟକ୍ତି ମରିଯାଏ, ତେବେ ଭେଜାଲ କରୁଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ କରାଯାଇପାରେ ବୋଲି ଅଧିକାରୀ ମାନଙ୍କ ଠାରୁ ସୁଚନା ମିଳିଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୬/୨୦୨୫---୭,୧୦ Sakhigopal News,17/6/2025

ads

Blog Archive

Popular Posts