ads

Breaking News

ନିମାପଡା ଥାନା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ; ଦାବିପତ୍ର ଦେବା ପରେ ଧାରଣା ପ୍ରତ୍ୟାହୃତ


ନିମାପଡ଼ା ---ମିଥ୍ୟା ମାମଲା ପ୍ରତିବାଦରେ ଶତାଧିକ କଂଗ୍ରେସ କର୍ମୀ ଦଳୀୟ କାର୍ଯ୍ୟାଳୟରୁ ବାହାରି ଜାତୀୟ କଂଗ୍ରେସ ଜିନ୍ଦାବାଦ ରାହୁଳ ଗାନ୍ଧୀ ଜିନ୍ଦାବାଦ ପ୍ରଦେଶ କଂଗ୍ରେସ ସଭାପତି  ଭକ୍ତ ଚରଣ ଦାସ ଜିନ୍ଦାବାଦ ସ୍ଲୋଗାନ ଦେଇ ଥାନା ସମୂଖରେ ଶତାଧିକ କଂଗ୍ରେସ କର୍ମୀ ଧାରଣାରେ  ବସିଥିଲେ ।ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ରଙ୍କୁ କଳା ପତାକା ପ୍ରଦର୍ଶନ କରିବା ଅଭିଯୋଗରେ ଜଣେ କଂଗ୍ରେସ କର୍ମୀଙ୍କ ବିରୋଧରେ ପୁଲିସ ମିଥ୍ୟା ମାମଲା ରୁଜୁ କରିଛି । ମିଥ୍ୟା ମାମଲା ପ୍ରତ୍ୟାହାର କରିବା ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ  କଂଗ୍ରେସ କର୍ମୀମାନେ।ଘଟଣା ସ୍ଥଳରେ  ଏସଡ଼ିପିଓ ଜନାର୍ଦ୍ଦନ ପାଢ଼ୀ,ଥାନା ଆଇ ଆଇସି ବାମଦେବ ସ୍ୱାଇଁ ଧାରଣା ସ୍ଥଳରେ ପହଞ୍ଚି ବୁଝା ଶୁଝା କରିବା ପରେ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ପରେ ଏକ କଂଗ୍ରେସ ଟିମ ଥାନାକୁ ଯାଇ ଏସଡିପିଓ ଓ ଆଇ ଆଇ ସିଙ୍କ ସହିତ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।ରାଜେଶ ମିଶ୍ର, କାଳନ୍ଧି ବେହେରା,ପାପୁନି ବସ୍ଥିଆ,ସୁବାସ ମଲ୍ଲିକ,ନରେନ୍ଦ୍ର ବେହେରା,ରଘୁନାଥ ବେହେରା,ହରିହର ବେହେରା,ଦେବଦତ୍ତ ପାତ୍ର, ଦିଲୀପ ବିଶ୍ଵାଳ,ଗୋବିନ୍ଦ ମଲ୍ଲିକ,ନବ ମଲିକ,ରମେଶ ମଲ୍ଲିକ,ସୋନାଲି ବିଶ୍ଵାଳ ପ୍ରମୁଖ ଶତାଧିକ କର୍ମୀମାନେ ଏହି ଧାରଣାରେ ସାମିଲ ହୋଇଥିବାର ଦେଖା ଯାଇଥିଲା  । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୬/୨୦୨୫---୧୧,୩୫ Sakhigopal News,13/6/2025

ads

Blog Archive

Popular Posts