ads

Breaking News

ସମ୍ଭାବ୍ୟ ଘୂର୍ଣ୍ଣିଝଡ “ଦାନା” କୁ ମୁକାବିଲା କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବ୍ୟାପକ ପ୍ରସ୍ତୁତି ; ବିଭିନ୍ନ ଟ୍ରେନ ବାତିଲ




ଜଟଣୀ :--ସମ୍ଭାବ୍ୟ ଘୂର୍ଣ୍ଣିଝଡ “ଦାନା” କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ସମସ୍ତ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛି । ଏହାର ସମସ୍ତ ବିଭାଗ ମାନବ ଶକ୍ତି ଏବଂ ଆସୁଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ସାମଗ୍ରୀ ସହିତ ପ୍ରସ୍ତୁତ | ରେଳ ସମ୍ପତ୍ତିର କ୍ଷତି ହ୍ରାସ କରିବା ଏବଂ ଯାତ୍ରୀମାନଙ୍କ ପାଇଁ କୈ।ଣସି ପ୍ରକାର ଅସୁବିଧାକୁ ଏଡ଼ାଇବା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଛି | ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ, ପାରାଦୀପ,କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼ ଓ ପୁରୀ ପରି ରେଳ ଷ୍ଟେସନ ଏବଂ ନିକଟସ୍ଥ ଷ୍ଟେସନଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ଯେଉଁଠାରେ ଏହାର ପ୍ରଭାବ ବେଶି ହେବାର ସମ୍ଭାବନା ଅଛି । ଏହି ପରିପ୍ରେକ୍ଷୀରେ ଡିଭିଜନରୁ ନିର୍ଗତ କିମ୍ବା ଡିଭିଜନ୍ ଦେଇ ଯାଉଥିବା କିଛିଟା ଟ୍ରେନ୍ ବାତିଲ୍ ହୋଇଛି ।  ବାତିଲ୍ ଏବଂ ଫେରସ୍ତ ସେବା ପାଇଁ ମୋବାଇଲରେ ସମୁହ ଭାବେ ଆଗୁଆ ଏସଏମଏସ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ଜଣାଇ  ଦିଆଯାଉଛି  । ସମସ୍ତ ପାୱାର୍ କାର୍ ଏବଂ ଟାୱାର କାରଗୁଡିକରେ ଆବଶ୍ୟକ ଇନ୍ଧନ ଏବଂ ମାନବ ଶକ୍ତି ସହିତ ପ୍ରସ୍ତୁତ ରଖାଯାଇଛି | ଷ୍ଟେସନ ବିଲଡିଂ, ଷ୍ଟାଫ୍ କ୍ୱାର୍ଟର୍ସ ଏବଂ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନ ଗୁଡ଼ିକରେ ଅସ୍ଥାୟୀ ମରାମତି ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଟାରପୁଲିନ୍ ବ୍ୟବସ୍ଥା କରାଯାଇଛି | ମୈ।ସୁମୀ ଷ୍ଟକ୍ ଯଥା କ୍ୱାରିଡଷ୍ଟ, ସିଣ୍ଡର ଏବଂ ବୋଲ୍ଡର୍ ଦ୍ୱାରା ଗଛିତ ରେଳ ଡବା ଗୁଡିକ ପ୍ରଭାବିତ ଅଞ୍ଚଳକୁ ଯିବା ପାଇଁ ପ୍ରମୁଖ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି । ସମସ୍ତ ପମ୍ପ ହାଉସକୁ ଜଳ ଯୋଗାଣ ପାଇଁ  ସିଣ୍ଟାକ୍ସ ଟ୍ୟାଙ୍କ ସହିତ ପର୍ଯ୍ୟାପ୍ତ ଜଳ ସ°ରକ୍ଷଣ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି | ରାଜ୍ୟ ବିଦ୍ୟୁତ ଯୋଗାଣରେ ବିଫଳତା ଦେଖାଗଲେ ନିୟନ୍ତ୍ରଣ କକ୍ଷ, ରେଳ ଷ୍ଟେସନ ଏବଂ ମୁଖ୍ୟ ପ୍ରତିଷ୍ଠାନଗୁଡିକ ପାଇଁ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଜେନେରେଟର କୋଠରୀଗୁଡ଼ିକୁ ପର୍ଯ୍ୟାପ୍ତ ଇନ୍ଧନ ଯୋଗାଇ ଦିଆଯାଇଛି | ସମସ୍ତ ଯନ୍ତ୍ରପାତି  ସହିତ ପର୍ଯ୍ୟାପ୍ତ ସଂଖ୍ୟକ ଗଛ କାଟିବା ମେସିନ୍ ମଧ୍ୟ ଟ୍ରାକ୍ ଏବଂ ରାସ୍ତା ସଫା କରିବା ପାଇଁ ପ୍ରସ୍ତୁତ ରଖାଯାଇଛି ।  ଆବଶ୍ୟକତା ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଗୁଡିକର କ୍ୟାଟରିଂ ଷ୍ଟଲ ଗୁଡିକରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ପାଣି ବୋତଲ ମହଜୁଦ  ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି | ୱାକି-ଟକି, ପାୱାର ବ୍ୟାକଅପ୍ ସହିତ ରେଳ ଫୋନ୍ ଭଳି ସମସ୍ତ ଯୋଗାଯୋଗ ଉପକରଣ ସଠିକ୍ କାର୍ଯ୍ୟ ଅବସ୍ଥାରେ ରଖାଯାଇଛି |  ଯଦି ସାଇକ୍ଲୋନନ୍ ସମୟରେ କୌଣସି ଅଘଟଣ ଘଟିଥାଏ, ରୋଗୀ ଙ୍କ ଯତ୍ନ ନେବା ପାଇଁ, ଡିଭିଜନାଲ ରେଲୱେ ହସ୍ପିଟାଲ ଏବଂ ଡିଭିଜନ୍ ରେ ଥିବା ଅନ୍ୟ ସ୍ୱାସ୍ଥ୍ୟ ୟୁନିଟ୍ ଗୁଡିକକୁ ସତର୍କ କରାଯାଇଛି |  ୨୩ରୁ ମଣ୍ଡଳ କଣ୍ଟ୍ରୋଲ ଅଫିସ୍ ରେ ଏକ ଜରୁରୀକାଳୀନ ନିୟନ୍ତ୍ରଣ ରୁମ୍ ଖୋଲାଯାଇଛି ଯାହାକି ସମସ୍ତ ଗ୍ରାହକ ଏବଂ ରେଳ ବ୍ୟବହାରକାରୀଙ୍କ ସହାୟତା ପାଇଁ ଦିନରାତି କାର୍ଯ୍ୟ କରିବ | ଘୂର୍ଣ୍ଣିଝଡ ଦାନା ର ଗତିପଥ ସୂଚନା ପାଇଁ, ଜାତୀୟ ରାଜ୍ୟ ମେଟ୍ରୋଲୋଜିକାଲ ବିଭାଗ ସହିତ ନିରନ୍ତର ସମନ୍ୱୟ ରଖାଯାଉଛି  |



    ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା, ସମସ୍ତ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି ଏବଂ ଘୂର୍ଣ୍ଣିଝଡ ପରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଯୋଜନା ମଧ୍ୟ କରିଛନ୍ତି। ଘୂର୍ଣ୍ଣିଝଡ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ପ୍ରସ୍ତୁତ ହେବାକୁ ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ଯଥାସମ୍ଭବ ସାହାଯ୍ୟ କରିବାକୁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ଥି  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୦/୨୦୨୪---୯,୨୫ Sakhigopal News,22/10/2024

ads

Blog Archive

Popular Posts