ads

Breaking News

ବିଶ୍ଵ ହାତ ଧୁଆ ଦିବସ ପାଳିତ

 


କୋଣାର୍କ ---- ଅଞ୍ଚଳର ବିଭିନ୍ନ ସ୍କୁଲ୍ କଲେଜରେ ଅକ୍ଟୋବର ୧୫ ତାରିଖରୁ ୩୦ ତାରିଖ ପର‌୍ୟ୍ୟନ୍ତ ବିଶ୍ଵ ହାତ ଧୁଆ ଦିବସ ପାଳନ କରାଯାଉଛି। ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ନମସ୍କାର, ୟୁନିସେଫ , ଓଡ଼ିଶା ସରକାର , ୟୁଥ୍ ଫର୍ ୱାଟର ଓ ରେଡିଓ ବୁଲବୁଲ ର ମିଳିତ ଆନୁକୂଲ୍ୟରେ ଗୋଷ୍ଠୀଗତ ଆଲୋଚନା, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା, ଗୋଷ୍ଠୀ ପ୍ରସାରଣ (ନାରୋକାଷ୍ଟିଙ୍ଗ୍) ମାଧ୍ୟମରେ ହାତଧୁଆ ଦିବସ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନା କରାଯାଉଛି ।ଏହି ଅବସରରେ ବକ୍ତୃତାରେ ଭାଗନେଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି । ଧୋଇବା ହାତ ଖାଇବା ଭାତ,ଶୌଚ  ପରେ ଏବଂ ଖାଇବା ପୂର୍ବରୁ ହାତକୁ ୨୦ ସେକେଣ୍ଡ ଧୋଇବା, ହାତ ଧୋଇବା ଶୈଳୀ ,ଛୋଟ ଶିଶୁ ଏବଂ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ଖାଇବାକୁ ଦେବା ପୂର୍ବରୁ ହାତ ଧୋଇବା ଏହି ଭଳି ଅନେକ ବାର୍ତ୍ତା ମାଧ୍ୟମରେ  ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା। ଏହି କାର‌୍ୟ୍ୟକ୍ରମକୁ \"ରେଡିଓ ନମସ୍କାର\" ର କାର‌୍ୟ୍ୟନିର୍ବାହୀ ଅଧିକାରୀ ରୋଜାଲିନ ପ୍ରଧାନ ,ସଂଯୋଜିକା ଏସ୍ କାଜଲ , ଅନୁପ ସାହୁ, ରାନୁ ସେଠୀ, ବୈଶାଖୀ ଗୁରୁ ପ୍ରମୁଖ ପରିଚାଳନା କରିଥିଲେ । 


Sakhigopal News, 30/10/2024


ads

Blog Archive

Popular Posts