ads

Breaking News

ଗ୍ରାମର ମହିଳା ମାନେ ଅଣ୍ଟା ଭିଡିଲେ ମଦ ବ୍ୟବସାୟୀଙ୍କ ବିରୋଧରେ; ଥାନାରେ ଅଭିଯୋଗ

 

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଧାନକେରା ଗ୍ରାମ ପଞ୍ଚାୟତର ବୀରମକୁନ୍ଦପୁର ସାମିଲି ଟିକରପଡା ଗ୍ରାମର ମହିଳା ମାନେ ସେହି ଗ୍ରାମର ଜଣେ ମଦ ବ୍ୟବସାୟୀଙ୍କୁ ବିରୋଧରେ ଅଣ୍ଟା ଭିଡିଛନ୍ତି । ଏପରିକି ଖାଲି ସେତିକି ନୁହେଁ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ ଉକ୍ତ ବ୍ୟବସ୍ରାୀ ଜଣଙ୍କ ଗ୍ରାମରେ ଚୋରା ଭାବେ ମଦ ବ୍ୟବସାୟୀ କରିବା ଦ୍ୱାରା ଗ୍ରାମରେ ଅଶାନ୍ତି ସୃଷ୍ଟି ହେବା ସହ ଅନ୍ୟ ଅଞ୍ଚଳର ଯୁବକ ମାନେ ଏଠାରେ ନିଶା ଖାଇ ଗ୍ରାମର ଝିଅ ବୋହୁ ମାନଙ୍କୁ ଅଶ୍ଳୀଳ ଇଙ୍ଗିତି କରୁଛନ୍ତି । ଯାହାକି ଆଉ ସହି ହେଉନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମାର ମହିଳା ମାନେ କହିଛନ୍ତି ଯେ ତୁରନ୍ତ ଗ୍ରାମ ମୁଣ୍ଡରେ ପକାଇଥିବା କ୍ୟାବିନ ସେଠାରୁ ହଟାଯିବା ସହ ଚୋରା ମଦ କାରବାର  ବନ୍ଦ କରିବା ପାଇଁ ଗ୍ରାମାବାସୀ ମାନେ ପୁରୀ ଏସପି ଓ ଜିଲ୍ଲାପାଳଙ୍କୁ ନିବଦେନ କରିଛନ୍ତି । ଅନ୍ୟ ପକ୍ଷେ ଏ ସମ୍ପକରେ ସତ୍ୟବାଦୀ ଥାନା ଆଇଆଇସି ଉମେଶ କୁମାର ସାହୁ କହନ୍ତି ଅଭିଯୋଗ ହୋଇଛି । ଅଭିଯୋଗ କାରୀଙ୍କ ନାମରେ ୪ଗୋଟି କେସରୁଜ କରାଯାଇଛି । ଏବେ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଆଉ ଏକ କେସରୁଜ କରାଯିବ ବୋଲି ସେ କହିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୦/୨୦୨୪---୭,୧୫   Sakhigopal News, 22/10/2024

ads

Blog Archive

Popular Posts