ads

Breaking News

ଆଜାଦିକା ଅମୃତ ମହୋତ୍ସବ ପାଳିତ; ଚିତ୍ର ଆଙ୍କିଲେ ଛାତ୍ରଛାତ୍ରୀ

Azadika Amrit festival is fostered; Students drew pictures

ସାକ୍ଷୀଗୋପାଳ---ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଛି  ଅମୃତ ମହୋତ୍ସବ। ଏହି ଅବସରରେ ସାକ୍ଷୀଗୋପାଳରେ ଶାଶ୍ବତ ଏକାଡେମୀ ତରଫରୁ ଅନୁଷ୍ଟିତ ହୋଇଯାଇଛି ବିଭିନ୍ନ ପ୍ରତିଯୋଗିତା।  ପ୍ରବନ୍ଧ ପ୍ରତିଯୋଗିତାରେ ୩୫ ଜଣ, ଚିତ୍ରାଙ୍କନ ପ୍ରତିଯୋଗିତାରେ ୩୨ ଜଣ ଏବଂ ବକ୍ତୃତା ପ୍ରତିଯୋଗିତାରେ ୧୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।  ଦେଶର ସ୍ୱାଧୀନତାର ୭୫ ବର୍ଷ ପୂରଣକୁ ସ୍ମରଣ କରି ଦେଶପ୍ରତି ନିଜର ଭଲପାଇବାକୁ  ଚିତ୍ର,ପ୍ରବନ୍ଧ ,ବକ୍ତୃତା ମାଧ୍ୟମରେ ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ପ୍ରତିଷ୍ଠାତା ଦୀପ୍ତି ସୁନ୍ଦର୍ ମହାପାତ୍ର ପରିଚାଳନା କରିଥିଲେ । ସୁଶିଲ କୁମାର ମୁଦୁଲି,  ଶିବାନୀ ମହାପାତ୍ର,ସଞ୍ଜୀବ ଦାସ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ସହଯୋଗ କରିଥିଲେ।
ଆଗାମୀ ୧୪ ତାରିଖରେ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ଜାତୀୟ ପତାକା ବଣ୍ଟନ ସହିତ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ଶାଶ୍ବତ ଏକାଡେ଼ମୀ ଅଧ୍ୟକ୍ଷା ଦୀପ୍ତି ସୁନ୍ଦର୍ ମହାପାତ୍ର। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୮/୨୦୨୨---- ୯,୨୦ Sakhigopal News,7/8/2022

ads

Blog Archive