ads

Breaking News

ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ

Ghumus senior citizen forum meeting


ଭଞ୍ଜନଗର---ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ ର  ସ୍ଥାନୀୟ ନାୟକ ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।  ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ ।  କାର୍ଯ୍ୟକାରୀ ସଭାପତି ଶିବରାମ ପଣ୍ଡା, ଉପସଭାପତି ବାଳକୃଷ୍ଣ ବେହେରା, ସମ୍ପାଦକ ରବୀନ୍ଦ୍ରନାଥ ଆଚାର୍ଯ୍ୟ ଓ କୋଷାଧକ୍ଷ ବ୍ରଜଗୋପାଳ ମହାରଣା ମଂଚାସୀନ ଥିଲେ । ସୁସାହିତ୍ୟିକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମ ଧନ୍ୟ ପ୍ରଧାନ ଶିକ୍ଷକ ନଟବର ସାହୁ, ବ୍ରଜଗୋପାଳ ମହାରଣା ଙ୍କ ମାତା ଧର୍ମ ପ୍ରାଣା ଲାବଣ୍ୟ ଦେବୀଙ୍କ ବିୟୋଗରେ ସଭା ଆରମ୍ଭରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।  କେନ୍ଦ୍ର ସରକାର କରୋନା ମହାମାରୀ ଆଳରେ ବରିଷ୍ଠ ନାଗରିକ ମାନଙ୍କୁ ରେଳ ଟିକଟ ରେ ମିଳୁଥିବା ରିହାତି ଉଛେଦ କରିଦେଇଥିବାରୁ ଏହି ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା।  ପୁନଃ ତାହାଚାଲୁ କରିବା ପାଇଁ ଏକ ଚିଠି ରେଳମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ବୈଷ୍ଣବ ଙ୍କୁ ଦେବାପାଇଁ ନିଷ୍ପତ୍ତି ହୋଇଥିଲା ।  ଓଡିଶା ବିଧାନ ସଭା ବାଚସ୍ପତି ଶ୍ରୀ ଆରୁଖଙ୍କୁ ବରିଷ୍ଠ ନାଗରିକ ମାନଙ୍କୁ ସର୍ବ ନିମ୍ନ ଦୁଇ ହଜାର ମାସିକ ବାର୍ଦ୍ଧକ୍ୟ ଭତ୍ତା ଦେବା । ଓଡିଶା ର ପ୍ରତ୍ୟେକ ନାଗରିକ ମଞ୍ଚ କୁ ଚିତ୍ତ ବିନୋଦନ କେନ୍ଦ୍ର ଯୋଗାଇଦେବାକୁ ସରକାରକଙ୍କୁ ଜୋର ଦେବାପାଇଁ ଆଇନ ପାରିତ କରିବାକୁ ଧ୍ୟାନ ଆକର୍ଷଣ କରି ଚିଠି ଲେଖିବାପାଇଁ ନିର୍ଧାରଣ କରାଯାଇଛି । ଅମୃତ ମହୋଛବ ପାଳନ ଅବକାଶରେ କରୋନା ନିୟମକୁ ଆଖି ଆଗରେ ରଖି ଆଗାମୀ ସ୍ୱାଧୀନତା ଦିବସ ପାଳନ କରିବାକୁ ଠିକ କରାଯାଇଛି । ଶେଷରେ କାର୍ଯ୍ୟକାରୀସଭ୍ୟ ଅଭିମନ୍ୟୁ ଭୁୟାଁ ଧନ୍ୟ ବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୮/୨୦୨୨----୧୦,୧୦ Sakhigopal News,7/8/2022

ads

Blog Archive