ads

Breaking News

ସାକ୍ଷୀଗୋପାଳରେ ରଜ ପାନ ଖଣ୍ଡିକର ଦାମ ୩୦ ଟଙ୍କା

In Sakshigopala, a razor blade costs Rs 30



ସାକ୍ଷୀଗୋପାଳ-----  ସାକ୍ଷୀଗୋପାଳ ବଜାରର ଚନ୍ଦନପୋଖରୀ ଉପରେ ରଜ ପାନ ପାଇଁ ବିଶେଷ କରି ଯୁବକ ମାନଙ୍କର ଗହଳି ଲାଗିଥିବାର ଦେଖାଯାଇଛି । ଯୁବକ ମାନେ ପାନ ବରାଦ କରିବା ସହ ନିଜେ ମଧ୍ୟ ଗୋଟିଏ ଗୋଟିଏ ରଜ ପାନ ପାଉଥିବାର ଦେଖାଯାଇଥିଲା । ବିଶେଷ କରି ପାନ ଖଣ୍ଡିକର ଦାମ ୫ଟଙ୍କାରୁ ଆରମ୍ଭ କରି ୩୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏପରିକି ବାସୁଦେବ ସାହୁ ଓ ଭଜମନ ସେନାପତି କହନ୍ତି ଏ ବର୍ଷ ପାନ ବେପାର ସେପରି ନାହିଁ ।ଯେଉଁମାନେ ପାନ ୫ରୁ ୧୦ ଖଣ୍ଡ ନେଉଥିଲେ ସେମାନେ ଏବେ ୨ରୁ ୫ଖଣ୍ଡ ନେଉଛନ୍ତି । ରଜ ପାନ ପାଇଁ ସେପରି ଆଗ୍ରହ ନଥିବା ପରି ଲାଗୁଛି । ସବୁ କିଛି ସେହି କରୋନା ପୋଛି ନେଇଛି । ସେହି ଗରାଖ ଅଛନ୍ତି ସେହି ପାନ ଅଛି ମସଲା ବଡିଯାଇଛି । ମାତ୍ର ଗରାଖଙ୍କର ଆଗ୍ରହ ନଥିବା ଦେକାନୀ କହନ୍ତି । ପ୍ରଥମ ରଜ ସରିଗଲା ଆଉ ଦୁଇଦିନ ରଜ ରହିଛି ନିଶ୍ଚିତ ରଜ ବଜାର ଜମିବ ଏବଂ ଭଲ ବେପାର ହେବ ବୋଲି  ଆଶା ରଖିଛନ୍ତି ବୋଲି ଶ୍ରୀ ସାହୁ କହନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୬/୨୦୨୨---୪.୨୫ 

 Sakhigopal News, 14/6/2022

ads

Blog Archive

Popular Posts