ads

Breaking News

ସଡାଙ୍ଗୋଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେଣୁବାଳା ସ୍ୱାଇଁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

Renuwala Swain, Headmistress of Sadangoi High School, retires.
ଡେଲାଙ୍ଗ-----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଚାଇଁପୁର ପଞ୍ଚାୟତର ସଡାଙ୍ଗୋଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେଣୁବାଳା ସ୍ୱାଇଁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ବରାଳ , ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଅର୍ଜୁନ ପରମଗୁରୁ ଓ ସମିତିସଭ୍ୟା ମଞ୍ଜୁଲତା ହାତୀ , ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏମ ଡି ମନୋହର ଯୋଗ ଦେଇ ଅବସର ନେଉଥିବା ଶିକ୍ଷୟତ୍ରୀଙ୍କର ଗୁଣଗାନ କରିଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରଙ୍ଗନାଥ ଦାଶ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିବା ବେଳେ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ବଳିଆର୍ସିଂହ ଅତିଥି ପରିଚୟ ପ୍ରଦାନ କରିବା ସହ ସଭାଟିକୁ ସଂଯୋଜନା କରିଥିଲେ । ଅବସର ପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ମର୍ଦ୍ଧିତ କରାଯାଇଥିଲା । ସେ ଜଣେ ସୁଶିକ୍ଷିକା, ସରଳ, କର୍ତ୍ତବ୍ୟନିଷ୍ଠ, ଛାତ୍ରଛାତ୍ରୀ ସ୍ନେହୀ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା, ଶିକ୍ଷକ ଭଗବାନ ସାହୁ , ଶିକ୍ଷକ ସ୍ବପ୍ନ ସୁନ୍ଦର ବେହେରା , ଗୀତାଞ୍ଜଳି ସାମନ୍ତରା, ମଧୁସ୍ମିତା ପରିଡ଼ା, ଶ୍ୱେତ କୁମାର ନାୟକ, ବହୁ ପୁରାତନ ଛାତ୍ର ଛାତ୍ରୀ ପ୍ରମୁଖ ବାକ୍ତବ୍ୟ ସଭାରେ ସହଯୋଗ କରିଥିଲେ। ହିନ୍ଦୀ ଶିକ୍ଷକ ସତ୍ୟବାନ ସାହୁ ବିବରଣୀ ପାଠ କରିଥିଲେ ଏବଂ  ଶିକ୍ଷୟିତ୍ରି  ସୁଭଲକ୍ଷ୍ମୀ ଜେନା ମାନପତ୍ର ପାଠ କରିଥିଲେ ଶେଷରେ ଖେଳଶିକ୍ଷୟିତ୍ରୀ ଡଲି ସେଠୀ ଧନ୍ୟବାଦ ଦେଇଥିଲେ । ଯୋଗେନ୍ଦ୍ର ପରିଡ଼ା ଓ ସହଦେବ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହୋଯୋଗ କରିଥିଲେ।

ads

Blog Archive

Popular Posts