ads

Breaking News

ଓଡିଶା ବନ୍ଦ ଭଞ୍ଜନଗର ସମ୍ପୂର୍ଣ ସଫଳ


ଭଞ୍ଜନଗର :ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି  ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଯୁବ ନେତା  ପ୍ରଶାନ୍ତ କୁମାର ବିଶୋୟୀ ଙ୍କ ନେତୃତ୍ୱ ରେ ଭଞ୍ଜନଗରରେ ଓଡ଼ିଶା ବନ୍ଦ ସଫଳ ହୋଇଛି । ବର୍ଦ୍ଧିତ ପେଟ୍ରୋଲ ଡିଜେଲ ଦର ପ୍ରତ୍ୟାହାର ଦାବି ରେ ଶାନ୍ତିପୂର୍ଣ୍ଣ ଭାବେ ଛଅ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇ ଥିଲା ।ଏଥିରେ ଭଞ୍ଜନଗର ଜନତା ସ୍ୱତପ୍ରତ ଭାବରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ କରିଥିଲେ  । ଏହି ବନ୍ଦ ଡାକରା ରେ ଓକିଲସଂଘର ସଭାପତି ଏବଂ ସମ୍ପାଦକ  ସାମିଲ ହୋଇଥିଲେ । ଭଞ୍ଜନଗର ସମ୍ପୂର୍ଣ ବନ୍ଦ ଦେଖା ଦେଇ ଥିଲା ।ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ବ୍ଲକ କଂଗ୍ରେସ ସଭାପତି କୃଷ୍ଣ ଚନ୍ଦ୍ର ବିଶୋଇ, NAC ସଭାପତି ସୁକାନ୍ତ କୁମାର ଡିଗାଲ,ଜବାହାରଲାଲ ସାହୁ, ନାରାୟଣ ସେଠି,ଚିତ୍ତ ରଞ୍ଜନ ପଟ୍ଟନାୟକ, ମଣ୍ଟୁ ପ୍ରଧାନ, ଲୋକନାଥ ସେଠି, ବିନାୟକ ପାଣିଗ୍ରାହୀ , ରଜନୀ କାନ୍ତ ବିଶ୍ୱାଳ, ପିଣ୍ଟୁ ରାଉଳ, ଚିନ୍ମୟ ସ୍ୱାଇଁ, ବାଲ୍ୟ କୁମାର ବେହେରା, ଆଶିଷ ସ୍ୱାଇଁ, ରାଜେନ୍ଦ୍ର ନାୟକ, ପପୁ ଓ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୧୫/୭/୨୦୨୧---୯,୫୦ Sakhigopal News,15/7/2021

ads

Blog Archive