ads

Breaking News

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଜଟଣୀ କଂଗ୍ରେସ କମିଟି ତରଫରୁ ମାସ୍କ ଏବଂ ସାନିଟାଈଜର ବଣ୍ଟନ


ଜଟଣୀ --ଖୋର୍ଧା ଜିଲ୍ଲା କଂଗ୍ରେସ କମିଟି ଅନୁକୁଲ୍ୟରେ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ତିରିଶ ତମ ଶ୍ରାଦ୍ଧ ଦିବସ ଜଟଣୀ ହରିଭାଉନା ଛକ ଠାରେ ପାଳିତ  ହୋଇଯାଇଛି । ଏହି ଶ୍ରାଦ୍ଧ ସମାରୋହରେ ଖୋର୍ଧା ଜିଲ୍ଲା ସଭାପତି ତଥା  ଵିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଧାୟକ ସୁର ଭାଇ ଆଜି ସାଧାରଣ ଜନତାଙ୍କୁ ମାସ୍କ ଓ ସାନିଟାଈଜର ବାଣ୍ଟିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ଜଟାଧାରୀ ପ୍ରଧାନ, ଲୁସେନ ରାୟ, ନାଉସିର ଅଲି, ବିଷ୍ଣୁ ସାହୁ, ମେଁଘୁ ପରିଜା, ଟାଉନ ସଭାପତି ଅଶୋକ ମଙ୍ଗରାଜ, ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ ସାହୁ, ବୃନ୍ଦାବନ ସାହୁ, ମାଧବ ପାଟଶାଣୀ, ଦିଲୀପ ପ୍ରଧାନ, କାଳନ୍ଦୀ ଚରଣ ନାୟକ, ସୁଲୁ ରଥ, ସରପଞ୍ଚ ସୁନୀଲ କୁମାର ରାଉତରାୟ, ଜୟୀ ସୁରଜ ପଟନାୟକ, ସଂକେତ ପାଟଶାଣୀ, ତିଲୁ ଜେନା, ଅସାରର ୟୁସୁରଫ, ଗଟେଶ୍ବର ବେହେରା, ରାକେଶ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜଟଣୀ --ରଙ୍ଗନାଥ ବେହେରା ,୨୧/୫/୨୦୨୧ ---୨,୦୦ Sakhigopal News,21/5/2021

ads

Blog Archive

Popular Posts