ads

Breaking News

ଡେଲାଙ୍ଗ ଷ୍ଟେସନ ବଜାରରେ ଥିବା ପରିବା ଓ ଗ୍ରୋସରୀ ଦେକାନ ଉପରେ ଚଡାଉ ; ଦର ତାଳିକା ମାର



ଡେଲାଙ୍ଗ ------ ରାଜ୍ୟରେ ଦୁତୀୟ ଲହର କରୋନା ଯୋଗୁ ରାଜ୍ୟ ସରକାର ୧୫ ଦିନିଆ ଲକ ଡାଉନ ଜାରି କରିଛନ୍ତି । ଏହାକୁ ନର୍ଜର କରି କେତେକ ଅସାଧୁ ବ୍ୟବସାୟୀ ମାନେ ମନଇଛା ଜିନିଷପ୍ରତର ଦର ବଡାଇ ଦେଇଛନ୍ତି । ଏବଂ ଆଳୁ, ପିଆଜ, ଖାଇବା ତେଲ, ଡାଲି ଆଦି ସାମଗ୍ରୀ ଗୁଡିକ ବଜାରରୁ ଉଭାନ ହୋଇଯାଇଛି । ଏହାକୁ ନଜର କରି ସମସ୍ତ ବ୍ଳକ ଯୋଗାଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ କଳାବଜାରୀ କୁ ତୁରନ୍ତ ରୋକିବା ସହ ଅସାଧୁ ବ୍ୟବସାୟୀ ମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ । ଡେଲାଙ୍ଗ ବ୍ଳକ ଯୋଗାଣ ନିରୀକ୍ଷିକା ଲିପିସାରାଣି  ରାଉତ ଆଜି ଡେଲାଙ୍ଗ ଷ୍ଟେସନ ବଜାରରେ ଥିବା ପରିବା ଦେକାନକୁ ଯାଇ ଆଳୁ, ପିଆଜ, ଅଦା, ରସୁଣର ଦର ପଚାରି ବୁଝିବା ସହ ସମସ୍ତ ପରିବା ଦେକାନୀଙ୍କୁ ୧୮ ଟଙ୍କା ଦର ପ୍ରତି ଆଳୁ ବିକିବା ପାଇଁ କହିଛନ୍ତି । ସେହିପରି ଗ୍ରୋସରୀ ଦେକାନରେ ସେମାନଙ୍କ ଦେକାନ ଆଗରେ ଦର ତାଲିକା ମାରିବା ପାଇଁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୫/୨୦୨୧---- ୫,୪୦ 

ads

Blog Archive

Popular Posts