ads

Breaking News

୪ର୍ଥ ବାର୍ଷିକ ସଟ ବାଉଣ୍ଡରୀ ନାଇଟ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ

ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଭି.ଏସ.ଏସ ନଗର ପଡିଆରେ ୪ର୍ଥ ବାର୍ଷିକ ସଟ୍ ବାଉଣ୍ଡରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।  ଭି.ଏସ.ଏସ କ୍ଳବ ଜୁନିଅର ୱିଙ୍ଗ କ୍ରିକେଟ ଟୁର୍ଣ୍ଣମେଣ୍ଟ ଆୟାଜନ କରିଥିଲା  । ଏହି ଟୁର୍ଣ୍ଣମେଣ୍ଟରେ ୧୬ ଟି ଦଳ ଭାଗ ନେଇଥିଲେ  ।  ଆମ୍ବସଢ଼ା ଓ ଏ. କେ .୪୭ କ୍ରିକେଟ ଦଳ ଫାଇନାଲ ମ୍ୟାଚ ଖେଳିଥିଲେ  । ଆମ୍ବସଢ଼ା କ୍ରିକେଟ ଦଳ ୩ ୱିକେଟରେ ବିଜୟ ଲାଭ କରି ଏ ବର୍ଷର ଚମ୍ପିୟାନ ହୋଇଥିଲା  । ଅତାବିରା ଏକେ୪୭ କ୍ରିକେଟ ଦଳ ରନସଅଫ ହୋଇଥିଲେ  । କୁନୁ ବାରିକ, ରାମ ସାହୁ, ସୈଲେନ୍ଦ୍ର ସିଂ,ରାଜୁ କୁମ୍ଭାର, ହରି ରାଓ, ମଣ୍ଟୁ ବାରିକ ଓ ଲକ୍ଷ୍ମଣ ସାହୁ  ଖେଳ ପରିଚାଳନା କରିଥିଲେ  । ମ୍ୟାଚର ଧାରାବିବରଣୀ ପ୍ରସାର କରିଥିଲେ ସୁଶାନ୍ତ ପ୍ରଧାନ ଓ ମଣ୍ଟୁ ବାରିକ । ପୁରଷ୍କାର ବିତରଣ ଉତ୍ସବରେ ଅତିଥି ଭାବେ ରଘୁନାଥ ବାରିକ, ସାନୀ ମୁଖାର୍ଜୀ, ସଂଞ୍ଜିବୀ ପରିଜା, ସତ୍ୟ ମିଶ୍ର, ଟଙ୍କ ଦାସ, ମୁକେଶ ଅଗ୍ରୱାଲ, ମୁନା ଅଗ୍ରୱାଲ, ସାନୀ ମୁର୍ଖାର୍ଜୀ ଓ ପର୍ତ୍ତୁଲ ମାହନା ଯୋଗଦେଇ ଚମ୍ପିୟାନ ଓ ରନସଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ମ୍ୟାନ ଅଫ ଦି ମ୍ୟାଚ ଭାବେ ଆମ୍ବସଡା ଦଳର ସୁଦୀପ ପାଇଥିବା ବେଳେ ତାଙ୍କୁ ଭିଏସଏସ କ୍ଳବର ସଦସ୍ୟ ରାକେଶ ଅଗ୍ରୱାଲ ସମ୍ମାନୀତ କରିଥିଲେ  । ମ୍ୟାନ ଅଫ ଦି ସିରିଜି ଏକ୪୭ ଅତାବିରା ଦଳର ସମୀର ତାଙ୍କୁ ସମ୍ମାନୀତ କରିଥିଲେ ନିୟୁସ ଷ୍ଟିଲ ଆଣ୍ଡ ଫନିଚର ମାଲିକ ମାନସ ସାହୁ ।  ଅତାବିରା ଏକେ ୪୭ କ୍ରିକେଟ ଦଳର ମୁକେଶ ବେଷ୍ଟ ବୋଲର ହୋଇଥିବା ବେଳେ ତାଙ୍କୁ ସମ୍ମାନୀତ କରିଥିଲେଏସଏସ ଟେଲିକମ୍ ମାଲିକ ଧିରଜ ନାଏକ । ବେଷ୍ଟ ଫିଲଡର ଆମ୍ବସଢ଼ା ଦଳର ଆଶିଷ ତାଙ୍କୁ ପୁରଷ୍କୃତ କରିଥିଲେ ସାମାଜିକ କର୍ମୀ ପ୍ରେମାନନ୍ଦ ବାରିକ । ବେଷ୍ଟ ବ୍ୟାଟସମ୍ୟାନଏସଏସ ଲାଇନସ ଦଳର ପପୁ ତାଙ୍କୁ ସମ୍ମାନୀତ କରିଥିଲେ ବିଦ୍ୟୁତ ବିଭାଗରକର୍ମଚାରୀ ସଂଘର ସମ୍ପାଦକପର୍ତ୍ତୁଲ ମାହାନା । ଏହି କ୍ରିକେଟ ଟୁର୍ଣ୍ଣମେଣ୍ଟକୁ  ଏସଏସ ଟେଲିକମ୍, ହେଲୋ କିଡସ୍, ଶ୍ରୀ ଭେଙ୍କେଟେଶ୍ୱର ସିଡସ୍, ପିୟୁସ ଷ୍ଟିଲ ଆଣ୍ଡ ଫନିଚର, ହେବେନସ୍ ଡିଉ, ଆଣ୍ଡରା ସ୍ପାଇସି, ସିଦ୍ଧି ଆଣ୍ଡ ରିଦ୍ଧି ସେଲସ, ମହାରଣା ଷ୍ଟିଲ ଆଣ୍ଡ ଫନିଚର, କିଷ୍ଣା ବ୍ୟାଟେରି, ପ୍ରଧାନ ବ୍ଏଲର, ବାଜାଜ ଫାଇନସ୍ , ଏମ ସାଇ ଆଇ କେୟାର, ଜାନକୀ ଡିଜିଟାଲ ଆର୍ଥିକ ସହାୟତ ଯୋଗାଇଥିଲେ  । ରିଙ୍କୁ ନାଏକ, ବବୁନ ନାଏକ, କୁନୁ ବାରିକ, ଫୁକୁନ ନାଏକ, ବୁବୁନ ପଣ୍ଡା, ରାମ ଚନ୍ଦ୍ର ସାହୁ, ହରି ରାଓ, ଅରୁଣ ମେହେର, ସଂଦୀପ ପ୍ରଦାନ, କୁନା ମାଝିଳ ଲିଟୁନ ବାରିକ, ଲକ୍ଷ୍ମୀ ସାହୁ, ଅମିତ ମିଶ୍ର, ପଣ୍ଡୁ ରାଓ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ  । ଶେଷରେ ମଣ୍ଟୁ ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଯାପନ ଘୋଷଣା କରିଥିଲେ  ।
ବରଗଡରୁ ନବିନ ଦାଶ

ads

Blog Archive

Popular Posts