ads

Breaking News

ସାରଙ୍ଗଯୋଡି ସଂକୀର୍ତ୍ତନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ବଜାର ସ୍ଥିତ  ପତିତପାବନ ପୀଠ ପରିସରରେ ସାରଙ୍ଗଯୋଡୀ ସଂକୀର୍ତ୍ତନ ଓ ଲୋକ ସଂସ୍କୃତି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦର ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ବୈଠକରେ ଅଧ୍ୟକ୍ଷତା କରିଥିଲେ  । ଆସନ୍ତା ମେ ମାସ ୪ ତାରିଖ ଦିନ ଏହି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା  । ଏହି ମହୋତ୍ସବକୁ ସୂଚାରରୂପେ ପରିଚାଳନା କରାଯିବା ସହ ଏହାକୁ ପ୍ରସାର ପ୍ରଚାର କରିବା ପାଇଁ ଆଲେଚନା କରାଯାଇଥିଲା  । ମହୋତ୍ସବର ଆୟୋଜକ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦ, କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦ ଓ ସାରଙ୍ଗଯୋଡି  ଦେଶକୋଠର ସଦସ୍ୟ ମାନେ ଯୋଗଦେଇଥିଲେ  ।  ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଦର୍ଶନ ମାଝି, ଦେବଦତ୍ତ ପ୍ରଧାନ, ସବିତା ପଲେଇ, ରମେଶ ଚନ୍ଦ୍ର ମିଶ୍ର, ହରିହର ବାରିକ, କୃଷ୍ଣ ଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ସାହୁ, କୃଷ୍ଣଚନ୍ଦ୍ର ଦୀକ୍ଷିତ, ସୁକାନ୍ତ କୁମାର ସାହୁ,ବିଜୟ କୁମାର ପଲେଇ, ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଗତ ବର୍ଷର ସୁବିଧା ଅସୁବିଧା ସମ୍ପର୍କେ ଆଲେଚନା କରିଥିଲେ   ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts