ads

Breaking News

ହରିରାଜପୁର ମେଳଣ ପଡିଆ ସଫାକଲା ମିଶନ ଶକ୍ତି ମହିଳା ମହାସଂଘ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହରିରାଜପୁର ମେଳଣ ବେଶ ଓଡିଶା ପ୍ରସିଦ୍ଧ । ଏଠାରେ ମେଳଣ ପ୍ରାୟ ୩ ଦିନ ଧରି ଚାଲିଥାଏ  । ମେଳଣରେ ଲକ୍ଷାଧିକ ଭକ୍ତଙ୍କର ଗହଳି ଲାଗିଥାଏ  । ସେହିପରି ମେଳଣର ଶେଷ ଦିବସରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରିବା ସହ ଅଭିର ପକାଇଥାନ୍ତି । ଯାହାକି ମେଳଣ ପଡିଆରେ କୁଢ଼ କୁଢ଼  ଅଳିଆ ଅବଜ୍ଜନା ଗଦା ହୋଇ ରହିଥାଏ  । ଆଜି ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ସଦସ୍ୟା ଭାରତୀ ଚମ୍ପତ୍ତି, ଶୁଭଲକ୍ଷ୍ମୀ ସ୍ୱାଇଁ, ସ୍ୱର୍ଣ୍ଣମୟୀ ଜେନା, ବନିତା ଦାସ, ପ୍ରତିମା ଦାସ, କଳ୍ପନା ପରିଡା, ପ୍ରସାଦୀନି ମଙ୍ଗରାଜ, ପୁଷ୍ପଲତା ସୁନ୍ଦରାୟ, ସବିତା ବରାଳ ଓ କବିତା ପ୍ରଧାନ ହରିରାଜପୁର ପଞ୍ଚାୟତର ଗୋଷ୍ଠୀ ସଂଘର ସଭାନେତ୍ରୀଙ୍କ ସହ ହରିରାଜପୁର ମେଳଣ ଯୁବକ ଗୋଷ୍ଠୀ ମିଳିତ ଉଦ୍ଦ୍ୟମରେ ମେଳଣ ପଡିଆ ସଫା ସୁତରା କରାଯାଇଥିଲା  । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ମହିଳା ଓ ଯୁବଗୋଷ୍ଠୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive