ads

Breaking News

ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ





ଭଞ୍ଜନଗର : ସାବିତ୍ରୀ ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ, ଭଞ୍ଜନଗର ରେ ଆତ୍ମରକ୍ଷା ପ୍ରଶିକ୍ଷୀଣ ଶିବିର ଉଦଘାଟିତ ହୋଇଯାଇଛି। ଏହା ୦୮ ରୁ ଆରମ୍ଭ ହୋଇ ୧୫ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଉଦଘାଟିତ ସଭା ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ସୁଶାନ୍ତ କୁମାର ମଲିକ ଅଧକ୍ଷତା କରିଥିବା ବେଳେ ଶ୍ରୀମତୀ ଆଶାଲତା ଦିଗଲ ଗାଲେରୀ ବନାଞ୍ଚଳ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଶ୍ରୀମତୀ ଦିଗାଲ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହିକାର୍ଯ୍ୟକ୍ରମକୁ ପ୍ରେମ ଚାନ୍ଦ ମଲ୍ଲିକ ସଂଯୋଜନା କରିଥିଲେ ବେଳେ ନୋଡାଲ ଅଫିସର ଶ୍ରୀୟା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ ଶିବିର ରେ ୨୫୦ ରୁ ଉର୍ଦ୍ଧ ଛାତ୍ରୀ ଯୋଗଦେଇଥିଲେ।ଛାତ୍ରୀମାନଙ୍କୁ ଟ୍ରେନର ପ୍ରିୟଙ୍କା ସ୍ୱାଇଁ ତାଲିମ୍ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧/୨୦୨୫----୬,୧୫ Sakhigopal News,10/1/2025

ads

Blog Archive

Popular Posts