ads

Breaking News

୧୯୯୩ ବ୍ୟାଚ ସି ଟି ତାଲିମ୍ ଶିକ୍ଷକଙ୍କ ସ୍ମୃତି ମନ୍ଥନ ସମାବେଶ


ସାକ୍ଷୀଗୋପାଳ,: ସାକ୍ଷୀଗୋପାଳ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟର ୧୯୯୩ ବ୍ୟାଚର ସି ଟି ତାଲିମ୍ ନେଇଥିବା ଛାତ୍ରଛାତ୍ରୀଙ୍କ ଦୀର୍ଘ ୩୨ ବର୍ଷ ପରେ ସାକ୍ଷୀଗୋପାଳ ସ୍ଥିତ ବକୁଳବାଟିକା ପରିସରରେ ଏକ ବନ୍ଧୁ ମିଳନ  ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାକ୍ଷୀଗୋପାଳ, ଡେଲାଙ୍ଗ, କଣାସ, ପିପିଲି, ବ୍ରହ୍ମଗିରି, ପୁରୀ ଆଦି ବ୍ଲକମାନଙ୍କରୁ ପ୍ରାୟ ୫୦ ଜଣରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବସପ୍ରାପ୍ତ ଶିକ୍ଷକଙ୍କ ପରିବାର ଯୋଗ ଦେଇଥିଲେ। ଏଥିରେ ସର୍ବପ୍ରଥମେ ଦିବଙ୍ଗତ ଶିକ୍ଷକ ଚନ୍ଦ୍ରଶେଖର ଧାଉଡ଼ିଆ, ସୁରେନ୍ଦ୍ର ପଟ୍ଟନାୟକ ଓ ବସନ୍ତ କୁମାର ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏତଦ୍ ସହିତ ଅବସର ଗ୍ରହଣ କରିଥିବା ଶିକ୍ଷକ ସୋମନାଥ ନନ୍ଦ, ରବି ତ୍ରୀପାଠୀ, ସତ୍ୟନାରାୟଣ ସାହୂ, ସୁରେନ୍ଦ୍ର ପରିଡା ପ୍ରମୁଖଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।  ଶିକ୍ଷକ ସୋମନାଥ ନନ୍ଦ, ସୂର୍ଯ୍ୟନାରାୟଣ ସେଠୀ, ଗୋପୀନାଥ ରଥ, ସୁକାନ୍ତ ମିଶ୍ର, ମିହିର ମାନସିଂହ, ସୁରେନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧/୨୦୨୫----୭,୪୫ Sakhigopal News,13/1/2025

ads

Blog Archive

Popular Posts