ads

Breaking News

ତରାବୋଇରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ସ୍ବାମୀ ଗିରଫ




ଜଟଣୀ,-: ଜଟଣୀ ଥାନା ଅନ୍ତର୍ଗତ ତରାବୋଇ ଗ୍ରାମରେ ଗତ ସେପ୍ଟେମ୍ବର ମାସରେ ମହିଳା  ଜ୍ୟୋସ୍ନାମୟୀ ଆଚାର୍ଯ୍ୟଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଥିଲା।  ଝିଅକୁ ଶଶୂର ଘର ଲୋକ ମାରିଦେଇଥିବା ଅଭିଯୋଗ ଆଣିଥିଲେ। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ତରାବୋଇର ଚିନ୍ମୟ ରଥ (୨୮)। 
ସୂଚନାଯୋଗ୍ୟ ଯେ, ଗତ ଜୁନ ମାସରେ ବାଙ୍କୀ ଥାନା ଅନ୍ତର୍ଗତ ହଳଦିପଦା ଗ୍ରାମର ରଘୁନାଥ ଆଚାର୍ଯ୍ୟଙ୍କ ଝିଅ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ତରାବୋଇ ଗ୍ରାମର ଅଭିଯୁକ୍ତ ଚିନ୍ମୟ ରଥଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଜ୍ୟୋସ୍ନାମୟୀ ଓ ଚିନ୍ମୟ ପରିବାରଙ୍କ ମଧ୍ୟରେ ବିବାଦ ଲାଗିଥିଲା। ସ୍ଵାମୀ ଚିନ୍ମୟ ଜ୍ୟୋସ୍ନାମୟୀଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଘଟଣାକୁ କେନ୍ଦ୍ର କରି ଗତ ସେପ୍ଟେମ୍ବର ୯ତାରିଖରେ ଜ୍ୟୋସ୍ନାମୟୀ ଫ୍ୟାନ୍ ରେ ଝୁଲି ପଡ଼ିଥିଲେ। ଯାହାକୁ ନେଇ ମହିଳାଙ୍କ ବାପା ଝିଅକୁ ମାରିଦେଇ ଥିବା ଅଭିଯୋଗ ଆଣିଥିଲେ। ପୁଲିସ ତଦନ୍ତ କରି ଆଜି ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି। ଏ ନେଇ ଥାନାରେ ଏକ କେସ ନଂ ୩୫୬/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୧/୨୦୨୫---୭,୨୫ Sakhigopal News,7/1/2025

ads

Blog Archive

Popular Posts