ads

Breaking News

ଶିକ୍ଷାବିତ୍ ଙ୍କ ସ୍ମୃତି ସଭା ଅନୁଷ୍ଠିତ


ସାକ୍ଷୀଗୋପାଳ-ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାସବିଦ୍ଯାଧରପୁର  ଠାରେ ଶିକ୍ଷାବିତ୍ ଜଗବନ୍ଧୁ ସାହୁଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ଚାରଣ ସଭାରେ ଶିକ୍ଷାବିତ୍ ନିରଞ୍ଜନ ସାହୁ ସଭାପତିତ୍ବ କରିଥିଲେ ।ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ କବି ଦିଗମ୍ବର ରଥ, କନ୍ଧମାଳ ଏବିଇଓ ଛାଟୋଇ ମୋତିଲାଲ ରାୟ, ଶିକ୍ଷାବିତ୍ ଗୋଲକ ବରାଳ, ନରସିଂହ ହୋତା,ଶିକ୍ଷକ ଅଭୟ ଚରଣ ସାହୁ, ଦୀପକ ସାହୁ , କାଳନ୍ଦୀ ସାହୁ, ସୋମନାଥ ବେହେରା ଯୋଗ ଦେଇ ସ୍ଵର୍ଗତ ସାହୁଙ୍କ ଅମାୟିକ ବ୍ୟବହାର,ସରଳ ନିରାଡମ୍ବର ଜୀବନ ଶୈଳୀ, ଆଦର୍ଶ ଶିକ୍ଷାଦାନ ସମ୍ପର୍କରେ ଆଲୋକପାତ କରି ଆମର ଆତ୍ମାର ସଦଗତି କାମନା କରିଥିଲେ। ସ୍ଵର୍ଗତ ସାହୁ ଡେଲାଙ୍ଗ-ବ୍ଲକ୍ ର ଅଭୟମୁଖି, ସେବକ ସାହୁ ପାଟଣା, ପିଢପାଟଣା, ଶ୍ରୀପୁରୁଷୋତ୍ତମପୁର ,ପାଟପୁର ଆଦି ବିଦ୍ୟା ଳୟରେ ଶିକ୍ଷକତା ସହ ସିଆରସିସି ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ସଭା ଆରମ୍ଭରେ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। କନ୍ୟା ରୂପାମ୍ବିକା, ନିହା୍ରିକା , ପୁତ୍ର ଆଲୋକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୫/୨୦୨୪----୮,୧୦ Sakhigopal News,29/5/2024

ads

Blog Archive

Popular Posts