ads

Breaking News

ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସିନ୍ଦ୍ରିଗାଁ ଓ କୁଟିକିଆ ପଞ୍ଚାୟତ ରେ ବିଜେଡି ର ପ୍ରଚାର ଜୋରଦାର କଲା

 କନ୍ଧମାଳ --- ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସିନ୍ଦ୍ରିଗାଁ ଓ କୁଟିକିଆ ପଞ୍ଚାୟତ ରେ ବିଜେଡି ତା'ର ପ୍ରଚାର କୁ ଯଓରଦଆର କରିଛି । ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ "ବାଲିଗୁଡା ବିଜେଡି ବିଧାୟକ ପ୍ରାଥୀ ଚକ୍ରମଣୀ କଂହର ଓ କନ୍ଧମାଳ ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ"ଙ୍କ ପାଇଁ ଦୁଇ ପଞ୍ଚାୟତ ରେ ମାରାଥନ ପ୍ରଚାର କରିଛନ୍ତି l ଏହି ଅବସରରେ ଏକ ବିଶାଳ ବାଇକ ଶୋଭାଯାତ୍ରା ବାଲିଗୁଡା ରୁ ବାହାରି ସିନ୍ଦ୍ରିଗାଁ ରେ ପହଞ୍ଚିଥିଲା l ପରେ ସଂଯୋଜକ ଟୁନା ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ ନିର୍ବାଚନୀ ସଭା ରେ ସିନ୍ଦ୍ରିଗାଁ ଓ କୁଟିକିଆ ପଞ୍ଚାୟତ ର ଦଳୀୟ କର୍ମୀ ଯୋଗ ଦେଇଥିଲେ l କନ୍ଧମାଳ ଜିଲ୍ଲା ର ଉନ୍ନତି ଓ ପ୍ରଗତି ନେଇ ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଜାରୀ ରଖିଥିବା ନେଇ ଉପସ୍ଥିତ ଦଳୀୟ କର୍ମୀ ଙ୍କ ନିକଟରେ ଉଦବୋଧନ ରଖିଥିଲେ ସଂଯୋଜକ ଶ୍ରୀ ଦାସ ଓ ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକ l କନ୍ଧମାଳ ଜିଲ୍ଲା ରେ ମେଡିକାଲ କଲେଜ, ରେଳ ସଂଯୋଗ, ମୋବାଇଲ ନେଟୱର୍କ ଠାରୁ ଆରମ୍ଭ କରି ନିଜସ୍ୱ ପ୍ରୟାସ ରେ ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ପ୍ରଦାନ ସହ ମେଗା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ରେ ସ୍ୱାସ୍ଥ୍ୟ ସେବା ଭଳି ଅନେକ ବିକାଶ କାର୍ଯ୍ୟ ଜାରୀ ରଖିଥିବା ସଂଯୋଜକ ଶ୍ରୀ ଦାସ ନିଜ ବକ୍ତବ୍ୟ ରଖିଥିଲେ l ତେଣୁ କନ୍ଧମାଳ ର ସାମୁହିକ ବିକାଶ ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ନେଇ ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାଥୀ ଚକ୍ରମଣୀ କଂହର ଙ୍କୁ ଶଙ୍ଖ  ଚିହ୍ନରେ  ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ସଂଯୋଜକ ଶ୍ରୀ ଦାସ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୪/୫/୨୦୨୪----୮,୨୫ Sakhigopal News,14/5/2024

ads

Blog Archive

Popular Posts