ସତ୍ୟବାଦୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶୁକଳ ଛକରୁ କେତକୀପାଟଣା ପଞ୍ଚାୟତ ପର୍ଯ୍ୟନ୍ତ ରୋଡ ଶୋ କଲେ
ସାକ୍ଷୀଗୋପାଳ--- ନିର୍ବାଚନ ପ୍ରଚାର ଶେଷ ଦିନରେ ପୂର୍ବତନ କଂଗ୍ରେସ ପିସିସି ସଭାପତି ତଥା ସତ୍ଯବାଦୀର ବିଧାୟକ ପ୍ରସାଦ ହରିଚନ୍ଦନଙ୍କ ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ବ୍ଳକ କଂଗ୍ରେସ ସଭାପତି ସୁବାସ ମହାପାତ୍ରଙ୍କ ସହିତ କଂଗ୍ରେସର ପ୍ରାର୍ଥୀ ମନୋଜ ରଥ ତାଙ୍କର ସମର୍ଥକଙ୍କୁ ସାଙ୍ଗରେ ଧରି ଶୁଳକ ମେଳନ ପଡିଆରୁ ଏକ ମଟର ସାଇକେଲରେ ଶୋଭାଯାତ୍ରା କରିଥିଲେ । ସତ୍ୟବାଦୀ ଭୋଟର ମାନଙ୍କ ମନ ଏବେ ଛୁଇଁ ପାରିଛନ୍ତି ମନୋଜ ରଥ।
ହଜାରରୁ ଅଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ମାନେ ବିଭିନ୍ନ ନାରା ଦେଇ ଶୁକଳ, ମଧୁବନ, ଅଳଗୁମ, ନୂଆସୋମେଶ୍ୱରପୁର, ବୀରରାମଚନ୍ଦ୍ରପୁର, ଜୟପୁର, ପେଣ୍ଠପଡା , ବଳପୁର, ସାରଙ୍ଗଯୋଡି ଆଦି ପଞ୍ଚାୟତ ଦେଇ କେତକୀପାଟଣା ପଞ୍ଚାୟତ ଠାରେ ପହଞ୍ଚିଥିଲା । ସେଠାରେ ବିଧାୟକ ପ୍ରାର୍ଥୀ ମନୋଜ ରଥ ଭୋଟର ମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ନିବଦେନ କରିଥିଲେ । ଅନ୍ୟ ପକ୍ଷେ ଏହି ମଟର ସାଇକେଲ ଶୋଭାଯାତ୍ରା ଯିବା ସମୟରେ ବିଭିନ୍ନ ଛକ ମାନଙ୍କରେ ମହିଳା ପୁରୁଷ ଓ ଯୁବକ ମାନେ ଶ୍ରୀ ରଥଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହ ତାଙ୍କ ସହିତ ଅଛନ୍ତି ବୋଲି ଜଣାଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨୩/୫/୨୦୨୪---୭,୧୦ Sakhigopal News, 23/5/2024


