ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଗୁଡ଼ୁପାଇଲୋ ଗ୍ରାମରେ ବନମହୋତ୍ସବ ଅଭିଯାନ
The Green Delang Trust is organizing a forest festival in the village of Gudupilo
ଡେଲାଙ୍ଗ :ପବିତ୍ର ଶ୍ରୀଗୁଣ୍ଡିଚା ଓ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଡେଲାଙ୍ଗ ବ୍ଲକର ଗୁଡ଼ୁପାଇଲୋ ଗ୍ରାମର ଦଶମାଣିଆ ଗହୀରରେ ବନମହୋତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଟ୍ରଷ୍ଟ ର ପ୍ରତିଷ୍ଠାତା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଦାରୁବୃକ୍ଷ କୁ ପୂଜାର୍ଚନା କରିବାପରେ ସ୍ଥଳସେନାର ଅବସର ପ୍ରାପ୍ତ କର୍ମଚାରୀ ତଥା ବର୍ତମାନର ପୋଲିସ ସବଇନ୍ସପେକ୍ଟର ସର୍ବେଶ୍ୱର ପ୍ରଧାନ ବ୍ୟାନର ପ୍ରଦର୍ଶନ କରି ଅଭିଯାନ ର ଶୁଭାରମ୍ଭ କରିଥିଲେ । ଆଜିର ଆହ୍ୱାନ - "ପରିବେଶ ପାଇଁ ଗଛଟିଏ' ଶ୍ରୀଯୁକ୍ତ ପାଢ଼ୀ ରଖିଥିବା ବେଳେ ଶ୍ରୀଯୁକ୍ତ ପ୍ରଧାନ ଏହାର ଭୁରି ଭୁରି ପ୍ରଂଶସା କରିଛନ୍ତି । ତାପୟନ ବୃଦ୍ଧି, ଜଳବାୟୁର ଅନିୟମିତ ପରିବର୍ତନ, ବର୍ତ୍ତମାନ ର ବଡ ସମସ୍ୟା ରୂପେ ଉଭା ହେଉଛି । ଏହାର ପ୍ରମୁଖ କାରଣ ହେଉଛି ଗଛର ଅଭାବ । ଏହାର ନିରାକରଣ ପାଇଁ ବ୍ୟାପକ ବୃକ୍ଷରୋପଣ ଉପରେ ଶ୍ରୀଯୁକ୍ତ ପ୍ରଧାନ ମତପୋଷଣ କରିଥିଲେ । ଏହାପରେ ଶ୍ରୀଯୁକ୍ତ ପାଢ଼ୀ ପ୍ରତ୍ୟେକ ଗ୍ରାମରେ ବୃକ୍ଷରୋପଣ କରି ଜନସଚେତନତା ସୃଷ୍ଟି କରାଯିବ ବୋଲି କହିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୭/୨୦୨୨----୮,୪୦ Sakhigopal News,2/7/2022



