ads

Breaking News

ବରକେରାରେ ଆନ୍ତର୍ଜାତିୟ ବ୍ୟାଘ୍ର ଦିବସ ପାଳିତ

International Tiger Day is celebrated in Berkera.
    ଡେଲାଙ୍ଗ---- ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ, ବରିଷ୍ଠ ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ଆୟୋଜନରେ ଆନ୍ତର୍ଜାତିୟ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।  ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ, ବିରଞ୍ଚିନାରାୟଣ ବରାଳ , ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପବିତ୍ର ମୋହନ ପରିଡା କମିଟିର ସଦସ୍ୟ ସଦସ୍ୟା ଓ ବିଦ୍ୟାଳୟର ଛାତ୍ରୀ ଛାତ୍ରମାନେ ଯୋଗ ଦେଇଥିଲେ। ଆନ୍ତର୍ଜାତିୟ ବ୍ୟାଘ୍ର ଦିବସ ୨୦୧୦ମସିହାରୁ ପାଳନ କରାଯାଉଛି। ଜଙ୍ଗଲ ନଷ୍ଟ ଓ ବ୍ୟାଘ୍ର ଶିକାର ଯୋଗୁଁ ବାଘ ସଂଖ୍ୟା ଦିନକୁଦିନ କମିବାରେ ଲାଗିଛି।ତେଣୁ ବକ୍ତାମାନେ କ୍ଷୋଭ ପ୍ରକାଶ କରିବା ସହିତ ଯେପରି ଅଧିକ ଜଙ୍ଗଲ ସୃଷ୍ଟି ହୋଇପାରିବ ଏବଂ ବାଘ ଶିକାର ବନ୍ଦ କରାଯାଇପାରିବ ସେଥିପାଇଁ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ଵାନ ଦେଇଥିଲେ।ସର୍ବ ଶେଷରେ ସୁଧିର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସ୍ମାରକି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୨୭/୭/୨୦୨୨ ----୭,୫୦  Sakhigopal News,29/7/2022

ads

Blog Archive

Popular Posts