ads

Breaking News

ଉତ୍କଳମଣି ଗୋପବନ୍ଧୁ ସ୍କୃତି ମହାବିଦ୍ୟାଳୟର +୩ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ମର୍ଦ୍ଧନା

Farewell felicitations to +3 year students of Utkalmani Gopbandhu Skiti College.

 


ସାକ୍ଷୀଗୋପାଳ ----ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଂସ୍କୃତି ବିଭାଗ( ସମ୍ମାନ)ଆନୂକୁଲ୍ୟରେ +୩ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ମହାବିଦ୍ୟାଳୟ ସଭାଗୃହ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରତିକାନ୍ତ ପରିଡାଙ୍କ ସଭାପତିତ୍ୱରେ ବିଦାୟ କାଳୀନ ସମ୍ମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଡଃ ପରିଡା ମହାବିଦ୍ୟାଳୟର ବିଦାୟ  ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ୱଳ ଓ ବିଶେଷ ସଫଳତା ପାଅନ୍ତୁ ବୋଲି ଶୁଭେଚ୍ଛା ଜଣାଇଥିଲେ । ବିଭାଗର ମୁକ୍ୟ ପ୍ରାଧ୍ୟାପିକା ସୁଜାତା ମହାପାତ୍ର, ପ୍ରଧ୍ୟାପିକା ଡଃ କଳ୍ପନା କୁମାରୀ ମହାପାତ୍ର, ପ୍ରଧ୍ୟାପିକା ସସ୍ମିତା ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ଜୀବନର ଲକ୍ଷ୍ୟ ସଠିକ ପଥରେ ଆଗେଇ ନେବାକୁ ହେଲେ ସଠିକ ଭାବେ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ପ୍ରଧ୍ୟାପକ ନଳିନୀ ଲୋଚନ ଦାଶ, ପ୍ରଧ୍ୟାପକ ମନୋଜ ପରିଡା, ସୁରଜମହଳ ଶାହା ମହାବିଦ୍ୟାଳୟର ଅଧ୍ୟାପିକା ହରପିୟା ମହାରଣା ଓ ମହାବିଦ୍ୟାଳୟର ମୁଖ୍ୟ କିରାଣୀ  ରାଜକିଶୋର ପତି ପ୍ରମୁଖ ଉପସ୍ଥିତ ରହିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୭/୨୦୨୨--୫,୩୫     Sakhigopal News , 21/7/2022

ads

Blog Archive

Popular Posts