ads

Breaking News

ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ଶିବିର ଉଦଯାପିତ

 Student self-defense camp celebrated
ବରଗଡ଼----  ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟ ଠାରେ ୮ଦିନ ଧରି ଚାଲିଥିବା ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା କରିଥିଲେ।  ମହାବିଦ୍ୟାଳୟର   ଜୀବ ବିଜ୍ଞାନର ପ୍ରାଧ୍ୟାପିକା ଡକ୍ଟର ଅମୃତା ସାମନ୍ତ ଶିବିର ପରିଚାଳନା କରିଥିଲେ । ହରିଶ ପାତ୍ର, ଟ୍ରେନର ସୁଜାତା ଭୋଇ, ଅଧ୍ୟାପକ ସରୋଜ କୁମାର ନାୟକ, ଅଧ୍ୟାପକ ପବିତ୍ର ମାହାଣା ପ୍ରମୁଖ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ  ତାଲିମଧାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏଥିରେ ୨୧୩ ଜଣ ଛାତ୍ରୀ ଯୋଗଦାନ କରି ତାଲିମପ୍ରାପ୍ତ ହୋଇଥିଲେ। ଆଗାମୀ ଦିନରେ ନିଜେ ନିଜର ସୁରକ୍ଷା ପାଇଁ ଆତ୍ମବଳ ଓ ସାହାସ ବଢି ଥିବା ଛାତ୍ରୀମାନେ ମତ ପ୍ରକାଶ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୪/୨୦୨୨----- ୨୬/୪/୨୦୨୨ ,୭,୫୫ Sakhigopal News,26/4/2022

ads

Blog Archive

Popular Posts