ads

Breaking News

ଘର ହିଁ ବିଦ୍ୟାଳୟ ଉତ୍ସବ ଅନୁଷ୍ଠିତ

 Home is where the school festival is held.
ବରଗଡ଼----- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ଠାରେ ଘର ହିଁ ବିଦ୍ୟାଳୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ବିବେକାନନ୍ଦ ପଣ୍ଡା ଯୋଗ ଦେଇ ବିଦ୍ୟାଳୟ ର ଭାଇଭଉଣୀ ମାନଙ୍କୁ ଘର ହିଁ ବିଦ୍ୟାଳୟ ଉପରେ ମାର୍ଗ ଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ପଦ୍ମଲୋଚନ ପଟେଲ ଅତିଥି ପରିଚୟ ପ୍ରଦାନ ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଶିଶୁ ବୋଧର ଶିଶୁ ଭାଇଭଉଣୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଗୁରୁମା ମାନିନୀ ମହାକୁର ସୋପାନ ସଂଗୀତ ପରିବେଷଣ କରିଥିଲେ। ଏହି ସମୟରେ ଆହାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟ ର କମିଟୀ ସଦସ୍ୟା ସସ୍ମିତା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୪/୨୦୨୨---- Sakhigopal News,17/4/2022

ads

Blog Archive

Popular Posts