ads

Breaking News

ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 174ତମ ଜୟନ୍ତୀ ପାଳିତ

 
ଭଞ୍ଜନଗର-- ସ୍ଥାନୀୟ ନାୟକ ଭବନ ଠାରେ ଗୁରୁବାର ସନ୍ଧ୍ୟା ରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 174ତମ ଜୟନ୍ତୀ ପାଳିତ ହୋଇଯାଇଛି ।ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ସୋମନାଥ ନାୟକ ଙ୍କ ଆବାହକତ୍ବ ରେ ଓ ଲଡ଼ୁକିଶୋର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ସର୍ବଶ୍ରୀ ହରେକୃଷ୍ଣ ସାହୁ, ବିଜୟ କୁମାର ବେହେରା, ରଘୁନାଥ ପାତ୍ର, କୃଷ୍ଣ ଚନ୍ଦ୍ର, ପାଣିଗ୍ରାହୀ, ଆଡ଼ଭୋକେଟ ପଞ୍ଚାନନ ମିଶ୍ର, ଜ୍ୟୋତି ରାଜ ପତି, ଦୀନବନ୍ଧୁ ପ୍ରଧାନ, ପ୍ରଶାନ୍ତ ଡିଗାଲ (ବୁଲୁ )ନୀଳ ମଣି ବେହେରା, ବାବୁଲା ପାଣିଗ୍ରାହୀ, ଗନ୍ଧର୍ବ ଡାକୁଆ, ସୁଧୀର ନାୟକ ଓ଼ଗେର ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।  ଆବାହକ ଶ୍ରୀ ନାୟକ ପଗଡି ପୁରୁଷ ମଧୁସୂଦନ ଙ୍କ ପୂର୍ବସୁରୀ ମାନେ କିପରି ଖୋର୍ଦ୍ଧା ସଂନିକଟ ରାଧିପୁର ମୁକାମ ବାସୀ ଥିଲେ ବର୍ଣନା କରିଥିଲେ । ସେମାନେ ମଲ୍ଲ ସାଇଙ୍ଗା ଧାରୀ ଖଣ୍ଡାୟତ ବର୍ଗ ର ଥିଲେ ବୋଲି ସେ ପ୍ରକାଶ କରିଥିଲେ। ହରେକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୪/୨୦୨୨----୯,୪୫  Sakhigopal News,29/4/2022

ads

Blog Archive

Popular Posts