ads

Breaking News

ସାଧୁସନ୍ଥ ପୀଠ ରେ ଧରିତ୍ରୀ ଦିବସ ପାଳନ

Earth Day celebrations at the Holy See

 
ଓଡ଼ଗାଁ--- ଓଡ଼ଗାଁ ବ୍ଲକ୍ ସୁନାମୁହିଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାଧୁସନ୍ଥ ପୀଠରେ ଆଜି ଅରୋମିରା ଟ୍ରଷ୍ଟ କୁରାଳ ଏବଂ ସାଧୁ ସନ୍ଥ ବିକାଶ ମଞ୍ଚର ମିଳିତ ସହଯୋଗ ରେ ଧରିତ୍ରୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଧରିତ୍ରୀ ମାତା ଙ୍କ ପୂଜନ ପରେ ସାଧୁ ସନ୍ଥ ବିକାଶ ମଞ୍ଚ ର ଆବାହକ ଚନ୍ଦ୍ର ଶେଖର ବିଶୋଇଙ୍କ ସଭାପତିତ୍ବ ଓ ଟ୍ରଷ୍ଟ ପରିଚାଳକ ସୁକାନ୍ତ ଚୌଧୁରୀ ସଂଯୋଜନାରେ ସଭା ପରିଚାଳିତ ହୋଇଥିଲା।ଟ୍ରଷ୍ଟ ସଭ୍ୟା ରେଣୁବାଳା ସୁବୁଦ୍ଧିଙ୍କ ଙ୍କ ସୁମଧୁର ପରିବେଶ ବନ୍ଦନା ଗାନ ପରେ  ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ରୂପେ ବାହାଡାଝୋଲ୍ଲା ବନପାଳ ସନାତନ ସ୍ବାଇଁ,ସମ୍ମାନିତ ଅତିଥି ରୂପେ ପରିବେଶ କର୍ମୀ ବିକ୍ରମ ନାୟକ,ପ୍ରଶାନ୍ତ କୁମାର ପାତ୍ର, ନାଏବ ସରପଞ୍ଚ , ରୋହିବାଙ୍କ ଗ୍ରାମପଞ୍ଚାୟତ  ଉପସ୍ଥିତ ରହି ପରିବେଶ ସୁରକ୍ଷା ଦିଗରେ ନିଜସ୍ଵ ମତ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା କାମାକ୍ଷା ପ୍ରସାଦ ଦାସ,ସମ୍ପାଦକ, ସୋହମ୍ ,ନୟାଗଡ଼ ଧରିତ୍ରୀ ଦିବସ ର ତାତ୍ପର୍ଯ୍ୟ ଓ ବର୍ତ୍ତମାନ ସମୟରେ ଆମ ମାନଙ୍କ ଭୂମିକା ସମ୍ବନ୍ଧେ ସାରଗର୍ଭକ ଆଲୋଚନା କରିଥିଲେ । ଉପସ୍ଥିତ ଶ୍ରୋତା ବର୍ଗଙ୍କୁ ପରିବେଶ ସୁରକ୍ଷା ଦିଗରେ ସଚେତନତା କରାଯାଇଥିଲା । ବନ ସୁରକ୍ଷା ସଭାପତି କବିଚନ୍ଦ୍ର ପ୍ରଧାନ,ସ୍ବେଚ୍ଛାସେବୀ ବସନ୍ତ କୁମାର ନାୟକ, ବୈକୁଣ୍ଠ ବାସୀ ବେହେରା,ଦୀନବନ୍ଧୁ ବେହେରା ,ପ୍ରଦ୍ୟୁମ୍ନ କୁମାର ବେହେରା ଇତ୍ୟାଦି ଙ୍କ ସକ୍ରିୟ ସହଯୋଗରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା।ଶିକ୍ଷକ ବନ୍ଧୁ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଏ ଅଞ୍ଚଳ ରେ ପରିବେଶ ସୁରକ୍ଷା ଦିଗରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ବିଷୟ ବୁଦ୍ଧିଜୀବି ମାନେ ଆଲୋଚନା କରୁଥିବାର ଶୁଣିବାକୁ ମିଳିଥିଲା।

ରିପୋର୍ଟ :- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୨/୪/୨୨----୮,୨୫ Sakhigopal News,22/4/2022

ads

Blog Archive

Popular Posts