ads

Breaking News

ପୁରୀ ଏସ.ପି.ଙ୍କ ପିପିଲି ଥାନା ପରିଦର୍ଶନ

 
ପିପିଲି ---- ପୁରୀ ଜିଲ୍ଲା ଏସ.ପି. ଡକ୍ଟର କେ. ବିଶାଲ ସିଂ, ଆଇ. ପି. ଏସ. ବୁଧବାର ପିପିଲି ଥାନା ପରିଦର୍ଶନ କରିବା ସହ ଥାନାର ବିଭିନ୍ନ  କାର୍ଯ୍ୟ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ଡା, ପିପିଲି ଏସ. ଡି. ପି. ଓ. ଦେବଦତ୍ତ ବରାଳ, ପିପିଲି, ଦେଲାଙ୍ଗ, ସତ୍ୟବାଦୀ, କାଣ।ସ ଓ ବଳଙ୍ଗ। ଥାନାର ଥାନାଧିକାରୀମାନେ ଉପସ୍ଥିତ ଥିଲେ। ଏସ. ପି. ଶ୍ରୀଯୁକ୍ତ ସିଂ ଅପରାଧ ଓ ଆଇନ ଶୃଙ୍ଖଳା ସମ୍ବନ୍ଧରେ ତଦାରଖ କରି ପେଷାଦାର ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥି ସହିତ ସେ ପିପିଲି ଥାନାର “ମୋ ସରକାର” ପ୍ରକୋଷ୍ଠ ବୁଲି ଦେଖିଥିଲେ ଓ ସେଠାରେ ଅପେକ୍ଷାରତ ଅଭିଯୋଗକାରୀଙ୍କ ସଙ୍ଗେ ଆଲୋଚନା କରି ସ୍ଥାନୀୟ ଥାନାର କାର୍ଯ୍ୟଧାରା ସମ୍ପର୍କରେ ପଚାରି ବୁଝିଥିଲେ । ପିପିଲି ରୁ ବିଜୟ ମହାପାତ୍ର,୧୮/୮/୨୦୨୧---- ୩,୨୦  
Sakhigopal News, 18/8/2021

ads

Blog Archive

Popular Posts