ads

Breaking News

ନୟାଗଡ଼ ରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୫ତମ ସ୍ବାଧୀନତା ଦିବସ ପାଳନ


ନୟାଗଡ଼----୭୫ତମ ସାଧରଣତନ୍ତ୍ର ଦିବସ ଆଜି ନୟାଗଡ ଜିଲା ସଦର ମହକୁମା ନିକଟସ୍ଥ ପୋଲିସ ଟ୍ରେନିଙ୍ଗସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି।ନୟାଗଡ ଜିଲାପାଳ ଡ଼ଃ ପୋମାଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଉଦବୋଧନ ଦେଇଥିଲେ।ଏହିଭଳି ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କକାର୍ଯାଳୟରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇ ଯାଇଛି ।ଏଥିରେ ବନଖଣ୍ଡ ଅଧିକାରୀ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ।କର୍ତ୍ତବ୍ୟ ରେ ପାର ଦର୍ଶିତା ତଥା ସେବା ମନୋଭାବ ରଖି କାର୍ଯ୍ୟ ସମ୍ପାଦନ କରୁଥିବା କର୍ମଚାରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ ବନାଞ୍ଚଳରେ କାର୍ଯ୍ୟକରୁଥିବା କର୍ମଚାରୀ ଏବଂ ପାରା କର୍ମଚାରୀ ଙ୍କୁ ମାନ ପତ୍ର ପ୍ରଦାନ କରି ଥିଲେ ବନଖଣ୍ଡ ଅଧିକାରୀ । ଖଣ୍ଡପଡ଼ା ବନାଞ୍ଚଳର ପାରା କର୍ମଚାରୀ କୁମ୍ଭାରପଡା ଗ୍ରାମର ଆଶୁତୋଷ ଦାସଙ୍କୁ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ବନ ଖଣ୍ଡ ଅଧିକାରୀ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ବିଦ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟାଳୟ, ଥାନା ଓ ଖଣ୍ଡପଡ଼ା ଠାରେ ଥିବା ମାଉମା ଦେବି ଘରୋଇ ମୋଟର ମାଲିକ ସଂଘ କାର୍ଯ୍ୟାଳୟରେ ପତାକା ଉତ୍ତୋଳନକରାଯାଇ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଯୋଗ ଦେଇ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଖଣ୍ଡପଡ଼ା ସହର ଏବଂ ୱାର୍ଡ଼ରଉର୍ନତି ଦିଗରେଦୃଷ୍ଟି ଦେବାକୁ ମୋଟର କର୍ମଚାରୀ ସଂଘରସଭାପତି ତଥା ଯୁବସମାଜ ସେବି, ଚିତରଂଜନ ମିଶ୍ର ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ପୂର୍ବତନ ବିଧାୟକ ସିଧାର୍ଥ ସେଖରସିଂ ମର୍ଦରାଜ ଓ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ନୟାଗଡ ରୁ ନିରଂଜନ ଦାସଙ୍କ ରିପୋର୍ଟ,୧୬/୮/୨୦୨୧-----୪,୨୫ Sakhigopal News,16/8/2021

ads

Blog Archive

Popular Posts