ସୋହମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ପାଳିତ
ଓଡଗାଁ.... ସୋହମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପ୍ରତିଷ୍ଠା ଦିବସରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଗତ କରୋନା କାଳରେ ଉକ୍ତ ଅନୁଷ୍ଠାନ ଦ୍ୱାରା କିପରି ଗ୍ରାମାଞ୍ଚଳରେ କୋଭିଡ କିଟ ସହ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସେ ବିଷୟରେ ଉକ୍ତ କାର୍ଯ୍ୟକ୍ରମ ରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ସଂଘ ର ସଭାପତି ଡ. କବିତା ମିଶ୍ର ସୋହମ ପରିସରରେ ବ୍ରୁକ୍ଷ ରୋପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।
ସଂଘର ସମ୍ପାଦକ କାମାକ୍ଷା ପ୍ରସାଦ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ସୁକାନ୍ତ ଚୌଧୁରୀଙ୍କୁ ମାନପତ୍ର ଦେବା ସହ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ବିଜୟାନନ୍ଦ ଶତପଥୀଙ୍କ ଦ୍ୱାରା ସଭା ସଂଯୋଜନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସଂଗଠନ ର ପ୍ରମୁଖ ସଦସ୍ଯ ଆଡଭୋକେଟ ମନ୍ମୟ ଦାସ, ଶିକ୍ଷକ ପ୍ରଶନ ଦାସ ପ୍ରମୁଖ ସ୍ୱେଛାସେବୀ ଯୋଗଦେଇଥିଲେ। ଓଡଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ
:୧୬/୮/୨୧---- ୬,୨୫
Sakhigopal News,16/8/2021



